• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ପୁରୀ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଶରଧାବାଲିରେ ଦଣ୍ଡାୟମାନ ତିନି ରଥ । ଆକୁଳ ହୃଦୟରେ ଚାହିଁ ରହିଛନ୍ତି ଭକ୍ତ। କେତେବେଳେ ରଥକୁ ଫେରିବେ ପ୍ରଭୁ। ଶରଧାବାଲିରେ ରଥଟାଣି ଭକ୍ତ ତାଙ୍କର ପ୍ରିୟ ଠାକୁରଙ୍କୁ ନେଇଯିବେ ତାଙ୍କର ନୀଳକନ୍ଦରକୁ।

ସେପଟେ କାନ୍ଦୁଛି ପତିତପାବନ ବାନା, ଶ୍ରୀହୀନ ଦିଶୁଛି ଶ୍ରୀମନ୍ଦିର। ଲକ୍ଷ୍ମୀ ସାଆନ୍ତାଣୀ ବି ମାନ କରି ବସିଛନ୍ତି । ଆଉ କେତେ ସମୟ ପ୍ରଭୁ ଏଠାରେ ଏମିତି ଲୀଳା ଲଗାଇବ ?  ଶୀଘ୍ର ଚାଲି ଆସ ପ୍ରଭୁ। ଆତୁର ହୃଦୟରେ ଡାକୁଛନ୍ତି ଭକ୍ତ।

କି ଲୀଳା ମହାପ୍ରଭୁଙ୍କର ? ଶ୍ରୀଗୁଣ୍ଡିଚାରେ କର୍ମ ଭୂମିରୁ ଆସିବେ ଜନ୍ମବେଦୀକୁ। ୯ ଦିନ ପରେ ବାହୁଡାରେ ବାହୁଡ଼ିବେ ଶ୍ରୀମନ୍ଦିର !

ବାହୁଡା ଯାତ୍ରାକୁ ନେଇ କିମ୍ବଦନ୍ତୀରେ ରହିଛି ଅନେକ କାହାଣୀ । ସ୍କନ୍ଧ ପୁରାଣ ଅନୁସାରେ,  ଶ୍ରୀବିଗ୍ରହଙ୍କ ଫେରନ୍ତା ରଥଯାତ୍ରାକୁ ବାହୁଡ଼ା ଯାତ୍ରା ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ । ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ପ୍ରଭୁମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରନ୍ତି । ବାହୁଡା଼ ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରନ୍ତି। ଏହି ସମୟରେ ଠାକୁରମାନଙ୍କୁ ରଥ ଉପରେ ଦର୍ଶନ କଲେ ଅଶ୍ଵମେଧ ଯଜ୍ଞର ଫଳ ମିଳିଥାଏ। ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ମଧ୍ୟ ବିଶ୍ଵାସ କରାଯାଏ।

ପରମ୍ପରା ଅନୁଯାୟୀ, ନବମୀ ଦିନ ରାତିରେ ବଡ଼ସିଂହାର, ପହୁଡ଼ ଆଳତି ସରିବା ପରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକମାନେ ଗମ୍ଭୀରାରୁ ବାହାରି ଆସିଥାନ୍ତି।

ଦଶମୀ ଦିନ ନୀତିନୀୟମ ଅନୁଯାୟୀ ଠାକୁରଙ୍କ ନୀତିକାନ୍ତି ସରିବା ପରେ ଆରମ୍ଭ ହୁଏ ବାହୁଡ଼ା ଯାତ୍ରା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦାଧିକାରୀ ଛେରା ପହଁରା ନିମିତ୍ତ ଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀନଅର ଅଭିମୁଖେ ଯାଇଥାନ୍ତି।   ଗଜପତି ବଡ଼ଶଙ୍ଖଠାରୁ ହସ୍ତୀ, ଛତି, କାହାଳୀ ସହ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଗୁଣ୍ଡିଚା ଘର ନାକଚଣା ଦ୍ଵାରଠାରେ ରହିଥିବା ରଥ ନିକଟକୁ ଆସିଥାନ୍ତି। ତିନି ରଥରେ ଛେରା ପହଁରା କରନ୍ତି। ଛେରା ପହଁରା ନୀତି ସରିବା ପରେ ଭୋଇ ସେବକମାନେ ରଥରୁ ଚାରମାଳ ଖୋଲିବା ସଙ୍ଗେ ସଙ୍ଗେ ରୂପକାର ସେବକମାନେ ରଥରେ ଘୋଡା଼ ବାନ୍ଧିଥାନ୍ତି। ମହାରଣା ଓ ଭୋଇ ସେବକମନେ ରଥ ଦଉଡ଼ି ଲଗାଇବା ପରେ ରଥ ନିର୍ଦ୍ଦେଶକ ଦଳଙ୍କ ପରାମର୍ଶରେ ରଥଟଣା ହୋଇଥାଏ।

ଏହି ସମୟରେ ଗୁଣ୍ଡିଚାଘର ମୁକ୍ତି ମଣ୍ଡପ, ଶ୍ରୀରାମ ଦାସ ମଠ, ଗୋପାଳ ତୀର୍ଥ ମଠ, ସରକାରୀ (ରାଘବ ଦାସଜଗନ୍ନାଥ ବଲ୍ଲଭ, ), ଓଡ଼ିଆ ମଠ, ଉତ୍ତର ପାର୍ଶ୍ଵ ମଠ, ଗଙ୍ଗାମାତା ମଠ, ସଂକ୍ରାନ୍ତି ମଠ, ରାଧା ବଲ୍ଲଭ ଆଦି ବିଭିନ୍ନ ମଠ ପକ୍ଷରୁ ଠାକୁରଙ୍କୁ ଦିଆଯାଇଥାଏ ପନ୍ତି।

Puri-rathayatra-rituals-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories