• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ପୁରୀ:  ଆଜି ବାହୁଡ଼ିବେ ମହାବାହୁ। ସାଙ୍ଗରେ ଭାଇ, ଭଉଣୀଙ୍କୁ ଧରି ଲେଉଟିବେ ଶ୍ରୀମନ୍ଦିର।  ମହାପ୍ରଭୁଙ୍କୁ ରଥ ଉପରେ ଦେଖିବା ପାଇଁ ବଡଦାଣ୍ଡରେ ଜମିଗଲାଣି ଭକ୍ତଙ୍କ ଭିଡ଼। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି।

ସକାଳୁ ସକାଳୁ ଗୁଣ୍ଡିଚା ମନ୍ଦିରରେ ବି ସେବାୟତ, ଦଇତାପତିଙ୍କ ଭିଡ ଲାଗିଗଲାଣି। ସମସ୍ତେ ତତ୍ପର ଶୀଘ୍ର ଶୀଘ୍ର କିପରି ଠାକୁରଙ୍କୁ ନେଇ ଯିବେ ବଡଦାଣ୍ଡକୁ। ସେପଟେ ପୋଡପିଠା ଧରି ଜଗି ବସିଛନ୍ତି ମାଉସୀ ମା’। ଜଗା ଆସିଲେ, ହାତ ତିଆରି ପୋଡପିଠା ଖାଇବ!

ଆଜି ଭୋର ୪ଟାରୁ ଶ୍ରୀଜିଉଙ୍କ ବାହୁଡ଼ା ନୀତି ଆରମ୍ଭ ହୋଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ୭ଟାରୁ ଦିନ ୧୧ଟା ମଧ୍ୟରେ ସେନାପଟା ନୀତି ସମ୍ପନ୍ନ ହେବ।  ୧୧ଟା ୪୫ରେ ମଙ୍ଗଳାର୍ପଣ ଅନୁଷ୍ଠିତ ହେବ।  ଏହାପରେ ଦିନ ୧୨ଟାରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୨ଟା ମଧ୍ୟରେ ସରିବ। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ସୁଦ୍ଧା ଛେରାପହଁରା ପରେ ୪ଟାରୁ ରଥଟଣା ଆରମ୍ଭ ହେବ।

ରଥଯାତ୍ରା ଭଳି ବାହୁଡ଼ାରେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ସାରି ରଥଟଣା ପାଇଁ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବାକୁ ପୁରୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସମୁଦ୍ର ବେଳାଭୂମିଠୁ ନେଇ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ, ସହରର ସବୁ ଗଳିକନ୍ଦିରେ ଓଡ଼ିଶା ପୁଲିସ୍‌ ସହ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି।

Puri-rathayatra-bahuda-yatra
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories