ରଥଯାତ୍ରା 2020; ଆଡ଼ପ ମଣ୍ଡପରେ ଆଜିଠୁ ଲାଗି ହେବ ଅବଢ଼ା

ପୁରୀ : ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଅବଢ଼ା ଲାଗି ହେବ। ଲୋକେ ବରାଦ ଦେଇ ଅବଢ଼ା ନେଇ ଯିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ଚାଲିଛି। ଏନେଇ ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

ପୁରୀ ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଏନେଇ ମହାସୁଆର, ସୁଆର ସେବାୟତଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ନାକଚଣା ଦ୍ୱାର ନିକଟ ବସ୍‌ଷ୍ଟାଣ୍ଡ ପରିସରରେ ମହାପ୍ରସାଦ ମିଳିବ ବୋଲି ଏକପ୍ରକାର ସୂଚନା ମିଳିଛି । ହେଲେ କେଉଁଠି ମିଳିବ ପ୍ରଶାସନ ପକ୍ଷରୁ ବିଧିବଦ୍ଧ କିଛି କୁହାଯାଇନି ।

ଏପଟେ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ତିନି ଠାକୁର।  ବିଜେ କାହାଳୀ ବାଜିବା ପରେ ଗତକାଲି ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ପରେ ସୁଦର୍ଶନ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ଏହାପରେ ବଳଭଦ୍ରଙ୍କୁ ସେବାୟତମାନେ ଆଡ଼ପ ମଣ୍ଡପରେ ଅବସ୍ଥାନ କରାଇ ସୁଭଦ୍ରାଙ୍କୁ ପହଣ୍ଡିରେ ନେଇଥିଲେ ।ସବା ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ॥

ଏହା ପୂର୍ବରୁ ଗତକାଲି ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା ଆଡ଼ପ ମଣ୍ଡରେ ଠାକୁରମାନେ ଅବସ୍ଥାନ କରିବା ବେଳେ ଶ୍ରଦ୍ଧାଳଙ୍କୁ ଦର୍ଶନ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like