ଘୋଷଯାତ୍ରା ନେଇ ବଢ଼ିଲା ଆଶା, ରଥ ନିର୍ମାଣ ନେଇ ସୁପାରିଶ

ପୁରୀ: ରଥ ନିର୍ମାଣ ପାଇଁ ସୁପାରିଶ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ରଥ ନିର୍ମାଣ କରିବାକୁ ପରିଚାଳନା କମିଟି ବୈଠକରେ ସୁପାରିଶ କରାଯାଇଛି। କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ସୂଚନା ଦେଇଛନ୍ତି।

ବଢ଼ିଲା ଶ୍ରୀଜୀଉଙ୍କ ଘୋଷଯାତ୍ରା ଆଶା ଆଗାମୀ ରଥଯାତ୍ରା ଲାଗି ବଡ଼ଦାଣ୍ଡରେ ତିନି ରଥର ନିର୍ମାଣ ଲାଗି ଆଜି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିବା ସୂଚନା ଦେଇଛନ୍ତି କମିଟିର ଅଧ୍ୟକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ। ତେବେ ଆଜିର ବୈଠକ ପରେ ବିସ୍ତୃତ ଭାବେ ସୂଚନା ଦେଇ ଗଜପତି କହିଛନ୍ତି- ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ନୀତି ବିଧି ମୁତାବକ ପାଳନ ହୋଇଛି। ହେଲେ ଏଯାଏ ରଥଖଳାରେ ନିର୍ମାଣ ଆରମ୍ଭ ହୋଇପାରିନି।

ମେ ୩ ପରେ ବଢିଥିବା ଲକଡାଉନ୍ ନୂଆ ଗାଇଡଲାଇନ ଅନୁସାରେ ରଥ ନିର୍ମାଣ ପାଇଁ ସମ୍ମତି ହୋଇଛି। ଯେହେତୁ କୌଣସି ଧର୍ମୀୟ କାର୍ଯ୍ୟକ୍ରମକୁ ଗାଇଡଲାଇନରେ ବାରଣ ରହିଛି, ତେବେ ରଥ ନିର୍ମାଣ ଏକ ନିର୍ମାଣ କାର୍ଯ୍ୟ, ଧର୍ମୀୟ କାର୍ଯ୍ୟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଗଜପତି ତେଣୁ ସେ ଦୃଷ୍ଟିରୁ ରଥ ନିର୍ମାଣ କାମ ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି। ଆସନ୍ତାକାଲି ମଧ୍ୟରେ ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ଆଶା ରଖିଛନ୍ତି ଗଜପତି। ତେବେ ରଥଯାତ୍ରାକୁ ନେଇ ଆଜିର ବୈଠକରେ କିଛି ଆଲୋଚନା ହୋଇନାହିଁ ଓ ମେ ୧୭ ପରେ ନୂଆ ଗାଇଡଲାଇନ ଆସିଲେ ସେନେଇ ଆଲୋଚନା ହେବ। ଏହାସହ ମିଟିଂ ବସି ସ୍ନାନ ଯାତ୍ରା, ରଥ ଯାତ୍ରା ଆଲୋଚନା ହେବ ବୋଲି ସେ କହିଛନ୍ତି।

You might also like