ଗୁଣ୍ଡିଚା ମନ୍ଦିର ଭିତରେ ଅଧର ପଣା କେମିତି ହେବ ବୋଲି ପ୍ରଶ୍ନ କଲେ ରଘୁନାଥ ମହାପାତ୍ର ?

ପୁରୀ: ସୁପ୍ରିମକୋର୍ଟଙ୍କ ରଥ ବନ୍ଦ ରାୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଣ୍ଡିତ ରଘୁନାଥ ମହାପାତ୍ର। ସୁପ୍ରିମକୋର୍ଟରେ ୧୦ ଲକ୍ଷରୁ ଅଧିକ ଭକ୍ତ ସମାଗମ ହେବେ ବୋଲି ଯେଉଁ ତଥ୍ୟ ଉପସ୍ଥାପନ କରାଗଲା, ତାହା ଭୁଲ ଥିଲା। ପୁରୀ ଗଜପତି ମହାରାଜ ଯେଉଁ ଚିଠି ଲେଖିଛନ୍ତି, ତାହା ଛତିଶା ନିଯୋଗ, ଶଙ୍କରାଚାର୍ଯ୍ୟ ସମସ୍ତଙ୍କର ମତ ବୋଲି କହିଛନ୍ତି ରଘୁନାଥ। ଅଧର ପଣା ରଥ ଉପରେ ହୁଏ, ଗୁଣ୍ଡିଚା ମନ୍ଦିର ଭିତରେ କେମିତି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ?

ଏପଟେ ବିଶ୍ୱ ହିନ୍ଦୁ ପରିଷଦ ବି ରଥଯାତ୍ରା ହେବା ସପକ୍ଷରେ ମତ ଦେଇଛି। ରଥଯାତ୍ରା ସମଗ୍ର ଓଡ଼ିଆ ଜାତି ଓ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବ। ତେଣୁ କୋଭିଡ ନିୟମାବଳୀ ଭିତରେ ସରକାର ରଥଯାତ୍ରା କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରୀୟ ପ୍ରବକ୍ତା ବିନୋଦ ବଂସଲ। ଏହାସହିତ ସୁପ୍ରିମକୋର୍ଟ ଏହାଉପରେ ପୁନର୍ବିଚାର କରିବାକୁ ବି ସେ ଅନୁରୋଧ କରିଛନ୍ତି।

ଏପଟେ ରଥଯାତ୍ରା ସମ୍ପର୍କରେ ବରିଷ୍ଠ ନେତା ଦାମୋଦର ରାଉତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ରଥଯାତ୍ରା ଏକ ପରମ୍ପରା ନୁହେଁ, ବିଧି। ବିଧି ବନ୍ଦ ହୋଇପାରେନା। ମହାପ୍ରଭୁଙ୍କ ସେବାପୂଜା ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କର। ସେଠି ପ୍ରଶାସନ କିମ୍ବା ସରକାର କିଛି କରିପାରିବେ ନାହିଁ ବୋଲି ଦାମ ରାଉତ କହିଛନ୍ତି।

You might also like