ପୁରୀ : ଚାରିଆଡେ ଚର୍ଚ୍ଚାରେ ପୁରୀ ରେଲ୍‌ୱେ ଡାକ୍ତରଙ୍କ ପତ୍ନୀଙ୍କୁ ହତ୍ୟା ଘଟଣା। ଏହା ଭିତରେ ୨୪ଘଣ୍ଟା ପୂରି ଯାଇଥିଲେ ବି ପୁଲିସର ହାତ ଖାଲି। ଘଟଣାକୁ ନେଇ ପୁଲିସ ଛାନ୍‌ଭିନ୍‌ ଜାରି ରଖିଥିବାବେଳେ ମଙ୍ଗଳବାର ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ନର୍ସଙ୍କୁ ପଚରାଉଚୁରା କରିଛି।

ନର୍ସଙ୍କ ସହ ଡାକ୍ତରଙ୍କ କଣ ସଂପର୍କ ରହିଛି ,ତାକୁ ନେଇ ନର୍ସଙ୍କୁ ମାରାଥନ ଜେରା କରିବା ସହ ରେଲ୍‌ୱେ ମେଡିକାଲରେ ପହଞ୍ଚି ନର୍ସଙ୍କ ଅଫିସ୍‌ ଛାନଭିନ୍ କରିଛି ପୁଲିସ୍‌। ଏହାସହ ଡାକ୍ତର କେତେବେଳେ ମେଡିକାଲ ଆସିଥିଲେ ଏବଂ ଯାଇଥିଲେ ତାର ଟିକିନିଖି ଯାଞ୍ଚ କରିଛି ପୁଲିସ।

ସେପଟେ ଘଟଣା ନେଇ ଫରେନସିକ୍ ଟିମ୍ ବ୍ଳଡ ଓ ଡାକ୍ତର ବ୍ୟବହାର କରୁଥିବା ବିଭିନ୍ନ ସନ୍ଦେହ ଜନକ ଜିନିଷପତ୍ରର ସାମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି।

ସେପଟେ ରେଲ୍‌ୱେ ମେଡିକାଲର ନର୍ସଙ୍କ ସହ ଡାକ୍ତରଙ୍କ ପୂର୍ବରୁ ସଂପର୍କ ଥିବା ଜଣେ ରେଲ୍‌ୱେ କର୍ମଚାରୀ କହିଛନ୍ତି। ଏମିତିକି ଦୁଇବର୍ଷ ତଳେ ଡାକ୍ତର ସଂଜୀବ ସାହୁ ଓ ନର୍ସଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଏକ ଭିଡିଓ କ୍ଲିପିଂ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ସେ କହିଛନ୍ତି।

ଘଟଣାକୁ ନେଇ ସେତେବେଳେ ନର୍ସଙ୍କ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଥିଲେ।  ପରେ ମାମଲା ସମାଧାନ ହୋଇଥିଲା। ସେହି ଘଟଣାକୁ ନେଇ ସ୍ତ୍ରୀ ସୁଜାତା ଓ ଡାକ୍ତରଙ୍କ ମଧ୍ୟରେ ବିବାଦ ଉପୁଜିଥିବା କୁହାଯାଉଛି।

ଗତକାଲି ରେଲ୍‌ୱେ ଡାକ୍ତର ସଂଜୀବ ସାହୁଙ୍କ କ୍ୱାର୍ଟର୍ସରୁ ପତ୍ନୀ ସୁଜାତାଙ୍କ ମୃତଦେହ ରକ୍ତ ଜୁଡୁବୁଡ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଡାକ୍ତରଙ୍କ ଅନୁପସ୍ଥିତିରେ ଘରେ ପଶି କେହି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ହତ୍ୟାକାଣ୍ଡ ପଛରେ ରହସ୍ୟ କଣ , ତାହା ତଦନ୍ତ ପରେ ଜଣାପଡିବ।

Other Stories

  • Delivery Boy
    Delivery Boy ପୋଲିସ୍ ସାଜିଲା ଡେଲିଭରି ବୟ

    ଆମେରିକାରେ ରହୁଥିବା ଜଣେ ମହିଳା ନିଜ ପାଇଁ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିଥିଲେ। ଯେତେବେଳେ ସେ ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ ସେତେବେଳେ ଜଣେ ପୋଲିସ ଅଧିକାରୀ ତାଙ୍କ ଘରର କବାଟ ବାଡେଇଥିଲେ ।

  • PMAY
    Odisha ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି !

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ । ଏମିତିକି ଏହି ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଆସନ୍ତା ୭ରୁ ୯ ଯାଏଁ ଆନ୍ଦୋଳନ କରିବାକୁ ଦଳ...

  • COWIN
    Co Win ୫୦ ଦେଶ କୋ-ୱିନ୍‌ ଆପ୍‌ ବ୍ୟବହାର କରିବାକୁ ଆଗ୍ରହୀ

    ନୂଆଦିଲ୍ଲୀ: ଭାରତର କରୋନା ବିରୋଧୀ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଟିକା । ଆଉ ଏହି ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର ମେରୁଦଣ୍ଡ କୋ-ଓ୍ୱିନ୍ ଟିକା । ଉପଲବ୍ଧତା ଯାଞ୍ଚ ହେଉ, ସ୍ଲଟ୍ ବୁକିଂ ଅବା ରେଜିଷ୍ଟ୍ରେନ୍ କିମ୍ବା...

  • Small-girl
    Odisha ମା‘ ଭାଇର ଜୀବନ ବଞ୍ଚେଇ ଦେଲା କୁନି ଝିଅ

    ମୁରାଦାବାଦ୍‌: ଯେଉଁ ବୟସରେ ଚାଲି ଶିଖିବା କଥା ସେ ବୟସରେ ସେ ମାଆ ପାଇଁ ସାହାରା ହେଲା । ଅଜଣା ରାସ୍ତାରେ ମାଆ, ଭାଇ ପାଇଁ ଖୋଜି ଆଣିଲା ଉଦ୍ଧାରକାରୀ ଟିମ୍ । ଷ୍ଟେସନ୍‌ରେ ଅଚେତ୍ ଅବସ୍ଥାରେ...