ଇମ୍ଫା ହେଲିକପ୍ଟରକୁ ମୁକ୍ତ କଲା ପୁରୀ ପୁଲିସ

ଭୁବନେଶ୍ୱର :  ଶେଷରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଇମ୍ଫା ହେଲିକପ୍ଟରକୁ ମୁକ୍ତ କରିଛି ପୁରୀ ପୁଲିସ୍। ପୁରୀ SDJM କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଥିବା ଇମ୍ଫାର ହ୍ୟାଙ୍ଗର ଭିତରୁ ହେଲିକପ୍ଟର ସିଲ୍ ଖୋଲାଯାଇଛି।

ଚିଲିକାରେ ସି ପ୍ଲେନ୍ ଉଡ଼ାଣ ବିବାଦକୁ ନେଇ ପୁରୀ ପୁଲିସ ପୂର୍ବରୁ ଇମ୍ଫାର ସମସ୍ତ ୩ଟି ଯାକ ହେଲିକପ୍ଟର ସହ ଇମ୍ଫାର ହ୍ୟାଙ୍ଗରକୁ ମଧ୍ୟ ସିଲ୍‌ କରିଥିଲା। ତେବେ ଘଟଣାରେ ଡିଜିସିଏଙ୍କ କ୍ଲନ୍‌ଚିଟ୍ ପ୍ରଦାନ ପରେ ପୁରୀ ପୁଲିସ ଦୁଇଟି ହେଲିକପ୍ଟରକୁ ମୁକ୍ତ କରିବା ସହ ଅଭିଯୋଗ ଆସିଥିବା ହେଲିକପ୍ଟରକୁ ସିଲ୍‌ କରି ରଖିଥିଲା।

ତେବେ ଏହା ବିରୋଧରେ ଇମ୍ଫା ଆଭିଏସନ କର୍ତ୍ତୃପକ୍ଷ ପୁରୀ SDJMଙ୍କ କୋର୍ଟରେ ଆବେଦନ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ପୁରୀ ପୁଲିସ ତୃତୀୟ ହେଲିକପ୍ଟରକୁ ଛାଡ଼ି ଦେଇଛି।

You might also like