ପୁଣି ବଢ଼ିଲା ଘୋଷଯାତ୍ରା ସମ୍ଭାବନା; ଉଠା ଦୋକାନୀଙ୍କୁ ଉଠିଯିବାକୁ ନିର୍ଦ୍ଦେଶ

ପୁରୀ: ପୁଣି ବଢ଼ିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ସମ୍ଭାବନା। ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ପୁରି ପୌରସଂସ୍ଥା। ୧୯ ସୁଦ୍ଧା ଉଠାଦୋକାନୀଙ୍କ କ୍ୟାବିନ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡରୁ ଉଠିଯିବାକୁ ପୌର ସଂସ୍ଥା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।  ବଡ଼ଦାଣ୍ଡରୁ ଉଠିଯିବାକୁ ମାଇକ ଯୋଗେ ଘୋଷଣା କରିଛି ପୁରୀ ପୌରସଂସ୍ଥା।

ତେବେ ଏହି ଘୋଷଣା ପରେ ମହାପ୍ରଭୁଙ୍କ ରଥଯାତ୍ରା ହେବା ନେଇ ଆଶା ସଂଚାର ହୋଇଛି। ମଝିରେ ଆଉ ମାତ୍ର ସପ୍ତାହେ ରହି ଯାଇଥିବାବେଳେ ଏଯାଏଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଆସିନି। ହେଲେ ଏପଟେ କିନ୍ତୁ ସମ୍ଭାବନା ବଢୁଛି। କାରଣ ରଥ ପ୍ରତିଷ୍ଠା ପାଇଁ ଆଜି ଶ୍ରୀମନ୍ଦିର ପୁରୋହିତଙ୍କୁ ମିଳିଛି ଅନୁମତିପତ୍ର। ପୁରୋହିତଙ୍କ ମତରେ କରୋନା ମହାମାରୀ ସତ୍ତ୍ୱେ ଠାକୁରଙ୍କର କୌଣସି ନୀତିକାନ୍ତି ଅଟକିନି ତେଣୁ ବଡ଼ଦାଣ୍ଡ ବକ୍ଷରେ ରଥ ଗଡୁ।

ସେପଟେ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି-ରଥଯାତ୍ରା ବନ୍ଦ ହେଲେ ଓଡ଼ିଶା ସରକାର ଓ ଭକ୍ତଙ୍କ ପାଇଁ ଖରାପ ହେବ କଳଙ୍କମୟ ଇତିହାସ ସୃଷ୍ଟିହେବ। ସେହିପରି ମୁକ୍ତିମଣ୍ଡପ ପଣ୍ଡିତସଭା ଉପସଭାପତି ଅଶୋକ ମହାପାତ୍ର ମଧ୍ୟ ହାତୀ କି ମେସିନ୍ ନୁହେଁ ବରଂ ପୋଲିସ ସାହାଯ୍ୟରେ ରଥ ଟଣା ସପକ୍ଷରେ ମତ ରଖିଛନ୍ତି।

You might also like