ଫୋନିର ଭୟଙ୍କର ଆକ୍ରମଣ : ୬ ଘଣ୍ଟାରେ ଉଜୁଡିଗଲା ୬ ଦଶନ୍ଧିର ସବୁଜିମା

ମାଟିରେ ଲୋଟିଛି ବାଲୁଖଣ୍ଡର ଲକ୍ଷ ଲକ୍ଷ ମୂଲ୍ୟବାନ ବୃକ୍ଷ, ମରୁଭୂମୀ ସମ ପୁରୀ-କୋଣାର୍କ ମେରିନ ଡ୍ରାଇଭ

ପୁରୀ (ମଧୁସୂଦନ ମିଶ୍ର) : ପୁରୀରେ ଜଗନ୍ନାଥ ଦର୍ଶନ ସାରି ଭକ୍ତଟିଏ ଯେତେବେଳେ ପର୍ଯ୍ୟଟକ ପାଲଟିଯାଏ, ମନ ତାର ଆପେ ଆପେ କୋଣାର୍କ ମୁହାଁ ହୋଇଯାଏ। ଆଉ ପୁରୀରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ମେରାଇନ୍ ଡ୍ରାଇଭରେ ବାଲୁଖଣ୍ଡ ଅଭୟାରଣ୍ୟ ଛାତି ଭିତର ଦେଇ ସୂର୍ଯ୍ୟ ମନ୍ଦିର ଅଭିମୁଖେ ଯିବାବେଳେ ତାକୁ ବିଭୋର କରିଦିଏ ଦୁଇ କଡ଼େ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ।

ହେଲେ ଗତ ୫ଦିନ ହେଲାଣି ଯେମିତି ସେ ମନଲୋଭା ରାସ୍ତାରେ ରାଜୁତି କରୁଛି ପ୍ରଳୟର ପୁଳା ପୁଳା ଚିତ୍ର।  ଗତ ଶୁକ୍ରବାର ଆସିଥିବା ପ୍ରଳୟଙ୍କରୀ ଝଡ଼ବାତ୍ୟା ଫୋନି ଠିକ୍ ଏହି ସ୍ଥାନ ଦେଇ ଅତିକ୍ରମ କରିବାବେଳେ ଅଶାନ୍ତ ସମୁଦ୍ର ଛାଡ଼ି ଯାଇଥିବା ଜୁଆର ସାଙ୍ଗକୁ ଅପର୍ଯ୍ୟାପ୍ତ ବାଲିରେ ପୋତି ପକାଇଛି କଳା ମଚ୍ ମଚ୍ ମେରାଇନ୍ ଡ୍ରାଇଭ୍ ରାସ୍ତାକୁ।

ଯୁଦ୍ଧକାଳୀନ ଭିତ୍ତିରେ ସଫା ଚାଲିଛି ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରାସ୍ତା। ପୁରୁଣା ଚମକ ଯେ ଏବେ ଫେରିବନି ତାହା ବି ସମସ୍ତଙ୍କୁ ଜଣା। ତେଣେ ବାତ୍ୟା ପରଠୁ ବି ଆଉ ପର୍ଯ୍ୟଟକ ଆସୁନାହାନ୍ତି କି ଆଗକୁ ବି ଏତେ ଆସିବେନି ବୋଲି ବି ଜାଣିଗଲେଣି। ରାସ୍ତା କଡ଼ରେ ଛୋଟ ମୋଟ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ସ୍ଥାନୀୟ ବ୍ୟବସାୟୀ ତଥାପି ଗ୍ରାହକଙ୍କ ଅପେକ୍ଷାରେ ବସୁଛନ୍ତି।

ତେବେ ହୃଦୟ ବିଦାରିଦେଲା ଭଳି ଦୃଶ୍ୟ ବାଲୁଖଣ୍ଡ ଅଭୟାରଣ୍ୟରେ। ସବୁଜିମାକୁ ସମାପ୍ତ କରି ଦେଇଛି ସର୍ବଗ୍ରାସୀ ଝଡ଼ବାତ୍ୟା ଫୋନି। ୨ ତାରିଖ ଦିନ ଯେଉଁ ଘଞ୍ଚ ଜଙ୍ଗଲ ଭିତରେ ଥାଇ ଆମ ପ୍ରତିନିଧି ଶ୍ରୀକ୍ଷେତ୍ରର ସୁରକ୍ଷା କବଚ ଭାବେ ଜଣାଶୁଣା ବାଲୁଖଣ୍ଡର ସୁରକ୍ଷା ନେଇ ଆଶଙ୍କା ପ୍ରକାଶ କରୁଥିଲେ, ତାହା ଏତେ ଭୟଙ୍କର କ୍ଷତି ଘଟାଇବ ତାହା କେହି କଳ୍ପନା ମଧ୍ୟ କରିନଥିଲେ।

ଆଖି ପାହିଲା ପର୍ଯ୍ୟନ୍ତ କେବଳ ଥୁଣ୍ଟା ଆଉ ଭଙ୍ଗା ଗଛ, ବିଶାଳ ଜଙ୍ଗଲ ସମ୍ପୂର୍ଣ୍ଣ ଛିନ୍‌ଛତ୍ର। ନିଶ୍ଚିହ୍ନ ହୋଇଛି ଘଞ୍ଚ ଝାଉଁବଣ, ଲୋଟି ପଡିଛନ୍ତି ନିମ୍ବ, କାଜୁ ଓ ଆମ୍ବ ଭଳି ବହୁ ପୁରୁଣା ଗଛ। ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ପାଖାପାଖି ୮୦ ଲକ୍ଷ ଗଛ ଧରାଶାୟୀ ହୋଇଛନ୍ତି। ଅଭୟାରଣ୍ୟରେ ଥିବା ୪ହଜାରରୁ ଅଧିକ ଚିତ୍ର ହରିଣଙ୍କ ସହ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଅବସ୍ଥିତି ବି ସେତେଟା ଦୃଶ୍ୟମାନ ହେଉନାହିଁ। ତେବେ ବାତ୍ୟା ଦିନ ବେଳା ହୋଇଥିବାରୁ ହରିଣମାନଙ୍କ କ୍ଷତି ହୋଇନଥିବ ବୋଲି ଆଶା କରାଯାଉଛି।

ବାତ୍ୟା ଫୋନି ସିନା ୬ ଘଣ୍ଟାର ପ୍ରଳୟ ରଚି ଚାଲିଗଲା, ହେଲେ ଉଜାଡ଼ି ଦେଇଗଲା ଗତ ୬ ଦଶନ୍ଧିର ଅସରନ୍ତି ପ୍ରକୃତିର ଭଣ୍ଡାର।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like