ପୁରୀରୁ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ଲାଗି ସପ୍ତାହେ ଲାଗିପାରେ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଦ୍ୱାରା ପୁରୀ-ଭୁବନେଶ୍ୱର ରେଳପଥ କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟତଃ ଖୋର୍ଦ୍ଧା ରୋଡ୍‌ରୁ ପୁରୀକୁ ଟ୍ରେନ୍‌ ଚଳାଚଳ ରାସ୍ତାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ସିଗ୍‌ନାଲିଂ ସିଷ୍ଟମ, ଅନେକ  ଷ୍ଟେସନ ବିଲ୍ଡିଂ, ଲେବଲ କ୍ରସିଙ୍ଗ ଗେଟ୍ ସବୁ ଭାଙ୍ଗିଯାଇଛି।

ପୁରୀରୁ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ କରିବା ଲାଗି ସପ୍ତାହେ ଲାଗିପାରେ ବୋଲି ପୂର୍ବତଟ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର କହିଛନ୍ତି।

ପ୍ଲାଟଫର୍ମ ସେଡ୍‌ର ୬୦ ପ୍ରତିଶତ ଛାତ ସମେତ ଫୁଟ୍‌ ଓଭର ବ୍ରିଜ୍‌ କଭର ସିଟ୍ ଗୁଡିକ ଉଡ଼ି ଯାଇଛି। ତେବେ ରେଲୱେ ଲାଇନ୍ ନଷ୍ଟ ହୋଇଥିଲେ ମଧ୍ୟ ରେଳ ଚଳାଚଳ ଲାଗି ଏହାକୁ ସାମୟିକ ଭାବେ ମରାମତି କରାଯାଇଛି। କମ୍‌ ସମୟ ମଧ୍ୟରେ ସମସ୍ତ ବିପର୍ଯ୍ୟୟକୁ ଠିକ୍‌ କରିବା ଲାଗି ରେଲ ବିଭାଗ କାମ ଆରମ୍ଭ କରିଥିବା ଇଷ୍ଟକୋଷ୍ଟ ରେଲୱେ ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

You might also like