ଅନିଶ୍ଚିତତା ଭିତରେ ପୁରୀ ବଡ଼ଦାଣ୍ଡକୁ ବିଜୁଳି ସଂଯୋଗ

ପୁରୀ /ଖୋର୍ଦ୍ଧା : କେବେ ମୁଣ୍ଡ ଟେକିବ ଫୋନି ମାଡ଼ରେ ଧରାଶାୟୀ ପୁରୀ ଜିଲ୍ଲାର ବିଦ୍ୟୁତ୍ ସରବରାହ ବ୍ୟବସ୍ଥା। ହରିଶଙ୍କରପୁର ଅଞ୍ଚଳର ରାସ୍ତା କଡ଼ରେ ଶୋଇଛି ଶହ ଶହ ବିଦ୍ୟୁତ୍ ଖୁଣ୍ଟ। ଏଗୁଡିକ ସଳଖ କରିବା ଲାଗି କେତେ କର୍ମଚାରୀ ଓ କେତେ ଦିନ ଲାଗିବ ଆକଳନ ଲଗାଇବା ବି ମୁସ୍କିଲ।

ବାତ୍ୟା ଯିବାକୁ ୧୨ ଦିନ ହୋଇଥିଲେ ବି ଏହି ଅଞ୍ଚଳରେ ପହଞ୍ଚି ନାହାନ୍ତି ବିଦ୍ୟୁତ୍ ବିଭାଗ କର୍ମଚାରୀ। ପଟ୍ଟନାୟକ ଛକରୁ ସୁଆଣ୍ଡୋକୁ ଯାଇଥିବା ରାସ୍ତାର ବଳପୁର ନିକଟରେ ମାଟିରେ ଲୋଟୁଛି ୩୩ କେଭିର ବିରାଟ ଟାଓ୍ୱାର। ୨୫୦ କିଲୋମିଟର ବେଗର ପବନକୁ ପ୍ରତିହତ କରିପାରୁଥିବା ଏ ଟାଓ୍ୱାର ହିଁ ବୟାନ କରୁଛି ପୁରୀ ଜିଲ୍ଲାରେ ବିଜୁଳିର ବିକଳ ଚିତ୍ରକୁ। ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ଲାଗି ଉଦ୍ଦିଷ୍ଟ ଓପିଟିସିଏଲ୍‌ର ୨୨୦ କେଭି ଓ ୧୩୨ କେଭି  ଗ୍ରୀଡ୍‌ର ୯୭ ଟି ଟାଓ୍ୱାର ଭୂଷୁଡି ପଡିଛି। ତେଣୁ ଏଠି କେବେ ବିଜୁଳି ଯୋଗାଣ ସ୍ୱାଭାବିକ ହେବ ସେ ଉତ୍ତର କାହା ପାଖରେ ନାହିଁ।

ଏପଟେ ପୁରୀ ବଡଦାଣ୍ଡକୁ ବିଜୁଳି ଯୋଗାଣ ନେଇ ବି ଅନିଶ୍ଚିତତା। କାରଣ ସହରକୁ ସଂଯୋଗ କରୁଥିବା ୯ଟି  ୩୩ କେଭି ଟାଓ୍ୱାର କ୍ଷତିଗ୍ରସ୍ତ ହୋଇଥିଲା। ଏଗୁଡିକର ମରାମତି କାମ ଶେଷ ପର୍ଯ୍ୟାରେ ପହଞ୍ଚିଥିବା କୁହାଯାଉଛି। ଯଦି ଆଜି ଏହି କାମ ସରିଯାଏ ତେବେ ଆସନ୍ତାକାଲି ଭୂତଳ କେବୁଲ ଥିବା ଅଞ୍ଚଳରେ ଟେଷ୍ଟିଂ କରାଯିବା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ୧୧ କେଭି ଓ ଏଲଟି ଲାଇନ ମରାମତି କାମ ବି ଦ୍ରୁତ ବେଗରେ ଆଗେଇ ଚାଲିଛି। ପର୍ଯ୍ୟାୟ କ୍ରମେ ସହରକୁ ବିଜୁଳି ଯୋଗାଇ ଦିଆଯିବ ବୋଲି ସେସୁ କର୍ତ୍ତୃପକ୍ଷ କହିଛନ୍ତି। ପୂର୍ବରୁ ସରକାର କହିଥିଲେ ଯେ,୧୨ ତାରିଖରେ ବଡ଼ଦାଣ୍ଡ ଓ ୧୫ରୁ ପୁରୀର ଅନ୍ୟସ୍ଥାନରେ ବିଜୁଳି ଜଳିବ। ତେବେ କେବେ ପୁରୀବାସୀ ଦେଖିବେ ବିଜୁଳି, ଏବେ ତାକୁ ଅପେକ୍ଷା।

ଏପଟେ ୧୨ ତାରିଖ ସୁଦ୍ଧା ରାଜଧାନୀର ସବୁ ଉପଭୋକ୍ତାଙ୍କ ପାଖରେ ବିଜୁଳି ପହଞ୍ଚିବ ବୋଲି ସରକାର କହିଥିଲେ ବି ଆଜି ସୁଦ୍ଧା କିଛି ବସ୍ତି ଓ ରାଜଧାନୀ ଉପକଣ୍ଠ ଅନେକ ଅଂଚଳକୁ ବିଜୁଳି ଯାଇପାରିନି। ବାଣୀବିହାର ପାଖ ବିଶେଶ୍ୱର ବସ୍ତିର ପ୍ରାୟ ୧୩ ଶହ ପରିବାର ରହୁଥିବା ଏ ବସ୍ତିରେ ଏବେ ଏଲଟି ଲାଇନର ଖୁଣ୍ଟି ପଡ଼ିଛି। ଭୁବନେଶ୍ୱର ଉପକଣ୍ଠ ପଞ୍ଚ ପଞ୍ଚାୟତରେ ବି ସମାନସ୍ଥିତି। ବରିମୁଣ୍ଡ, କଳାରାହାଙ୍ଗ, ଜରିପାଟଣା ପରି ଗାଁରେ ବିଜୁଳି ସଂଯୋଗ ହୋଇନି। ସ୍ଥାନୀୟ ଲୋକ ଚାନ୍ଦା କରି ଖୁଣ୍ଟି କିଣି ବିଜୁଳି ସ୍ୱାଭାବିକ କରିବାକୁ ଲାଗି ପଡ଼ିଛନ୍ତି।

ସେପଟେ ଐତିହାସିକ ଧଉଳି ସମେତ,  କଳିଙ୍ଗବିହାର ପରି ଅନେକ ସ୍ଥାନକୁ ଏଯାଏଁ ବିଜୁଳି ସଂଯୋଗ ହୋଇପାରିନାହିଁ। ସେହିପରି ଖୋର୍ଦ୍ଧା ସହରର ପ୍ରାୟ ୬୦ ଭାଗ ଲୋକଙ୍କ ନିକଟରେ ବିଜୁଳି ପହଞ୍ଚିଛି। ମାତ୍ର ଜଟଣୀରେ ୯୦ ଭାଗ ଅଂଚଳ ଏବେବି ଅନ୍ଧକାରରେ ରହିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

ଆହୁରି ପଢ଼ନ୍ତୁ

ଏହି ସର୍ଟକର୍ଟ ‘କି’ ଜାଣିଲେ ସହଜ ହେଇଯିବ କମ୍ପ୍ୟୁଟର୍ ଚାଳନା

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ; ଜାଣିଛନ୍ତି ଏହା କାହିଁକି ପାଳନ କରାଯାଏ ?

ଦିବ୍ୟାଙ୍ଗ ହେଲେ ବି ସେ ସ୍ୱାବଲମ୍ବୀ ; ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

୧୨ ବର୍ଷର ବାଳକ ତିଆରି କଲେ ରୋବର୍ଟ

ଶ୍ରୀମନ୍ଦିର ସୁରକ୍ଷା ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ବଢୁଛି ଅସନ୍ତୋଷ

ଦୌଡ଼ୁଥିବା ଘୋଡ଼ା ପିଠିରେ ଠିଆ ହୋଇ ତ୍ରିରଙ୍ଗା ଉଡ଼ାଇଲେ ବାଳକ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ

ଅଗଷ୍ଟ ୧୫: ଭାରତର ସ୍ୱାଧୀନତା ପାଇଁ କିଏ ବାଛିଥିଲେ ଏହି ତାରିଖ ?

ଯେତେବେଳେ ମୋଦିଙ୍କୁ ସୁଷମା କହିଥିଲେ,‘ଆରେ ଭାଇ ଏମିତି ହୁଏନି’

ଘାତକ ହେଉଛି ସର୍ପାଘାତ ; ରାଜ୍ୟରେ ଚିନ୍ତାଜନକ ଭାବେ ବଢି ଚାଲିଛି ସାପ କାମୁଡ଼ାଜନିତ ମୃତ୍ୟୁ

ସଂଗ୍ରାମୀଙ୍କ ରକ୍ତରେ ଭିଜା ଲାଲ୍‌ମାଟିକୁ ବୋତଲରେ ରଖି ପୂଜା କରୁଥିଲେ ଭଗତ୍‌ ସିଂ

ଏବେ ବି ଗୁଲାମଗିରିରୁ ମୁକୁଳି ନାହାନ୍ତି ପିମ୍ପୁଡ଼ି….ଜାଣନ୍ତୁ କିଛି ରୋଚକ କଥା

You might also like