ପୁରୀ : ଅାଧ୍ୟାତ୍ମିକତାର ଅଭାବରୁ ବିଶ୍ୱରେ ଏବେ ବିଶୃଙ୍ଖଳା ଦେଖାଦେଉଛି। ଅାଧ୍ୟାତ୍ମିକ ଚେତନାର ଅଭାବ ସବୁ ବିଶୃଙ୍ଖଳାର କାରଣ। ଅାଜି ଏହା କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଦାରୁ ଫିକ୍ସିଂ ସମ୍ପର୍କିତ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ଗଜପତି ମହାରାଜା ଏହି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମଗ୍ର ବିଶ୍ୱରେ ଯେତେ ବିଶୃଙ୍ଖଳା ଦେଖାଦେଉଛି, ତାର କାରଣ ହେଉଛି ଅାଧ୍ୟାତ୍ମିକତାର ଅଭାବ।
ମଣିଷର ଚରିତ୍ର ତଳକୁ ଖସିଛି, ମଣିଷ ପଶୁତ୍ୱ ଅାଡ଼କୁ ଅାଗେଇ ଚାଲିଛି। ପ୍ରତ୍ୟେକ ଓଡ଼ିଆ ମହାପ୍ରଭୁଙ୍କ ଅାଦର୍ଶ ଭକ୍ତ ହୁଅନ୍ତୁ। ଏହାଦ୍ୱାରା ସବୁ ସମାଧାନ ହୋଇଯିବ ବୋଲି ଗଜପତି କହିଛନ୍ତି । ଏଥିସହିତ ସେ ମେକ୍ ଇନ୍ ଓଡ଼ିଶାରେ ‘ଜୁଗରନଟ୍’ ଶବ୍ଦ ବ୍ୟବହାରକୁ ନାପସନ୍ଦ କରିଛନ୍ତି।
https://youtu.be/JU76nR--aWE