ଆଜି ଉଚ୍ଛେଦ ହେବ ସାନ ଛତା ମଠ

ପୁରୀ : ପୁରୀରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ଗତକାଲି ଭଙ୍ଗା ଯାଇଥିବା ବଡ଼ ଆଖଡ଼ା ମଠର ଅବଶିଷ୍ଟ ଅଂଶକୁ ଆଜି ଭଙ୍ଗାଯାଉଛି। ଗତକାଲି ବଡ଼ ଆଖଡ଼ା ମଠର ୫୦ ପ୍ରତିଶତ ଭଙ୍ଗାଯାଇଥିଲା। ତେବେ ଏହି ଉଚ୍ଛେଦ ବେଳେ ମଠର ବିଜେସ୍ଥଳୀ, ମହନ୍ତ ରହିବା ସ୍ଥାନକୁ ଉଚ୍ଛେଦ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।

ଏହାଛଡ଼ା ଆଜି ସାନ ଛତା ମଠ, ବ୍ୟବସାୟ ସ୍ଥଳୀ ଓ ହୋଟେଲ ଭଙ୍ଗାଯିବାର କାର୍ଯ୍ୟକ୍ରମ ରହିଛି। ଉଚ୍ଛେଦ ବେଳେ ମାଜିଷ୍ଟ୍ରେଟ ଓ ବ୍ୟାପକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ,  ସାତ ତାରିଖ ଦିନ ଆମିକସକ୍ୟୁରୀଙ୍କ କ୍ଲିନଚିଟ୍ ପରେ ବନ୍ଦ ଥିବା ଉଚ୍ଛେଦ ଅଭିଯାନ ଆଗକୁ ବଢ଼ିଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଉଚ୍ଛେଦ ଅଭିଯାନକୁ ଆମିକସ କ୍ୟୁରୀ ରଞ୍ଜିତ କୁମାରଙ୍କ କ୍ଲିନଚିଟ୍ ଦେବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। ଆମିକସ କ୍ୟୁରୀଙ୍କୁ ପୁରୀର ପ୍ରକୃତ ସତ ଦେଖିବାକୁ ଦିଆଯାଇନାହିଁ। ରାଜ୍ୟ ସରକାର ତାଙ୍କୁ ଅନ୍ଧାରରେ ରଖି ଉଚ୍ଛେଦ କାର୍ଯ୍ୟରେ ମୋହର ମାରେଇ ନେଇଛନ୍ତି ବୋଲି କହି ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ପୁରୀରେ ଉଚ୍ଛେଦ ଅଭିଯାନକୁ ନେଇ ଦିନକୁ ଦିନ ଜନଆକ୍ରୋଶ ବଢ଼ୁଥିବାରୁ ସରକାର ଦୁଇଥର ଥଇଥାନ ପ୍ୟାକେଜ ଘୋଷଣା କରିଛନ୍ତି। ହେଲେ ଏହା କେତେଦୂର ଜନ ଅସନ୍ତୋଷକୁ ପ୍ରଶମିତ କରୁଛି, ତାହା ଦେଖିବାକୁ ବାକି ରହିଲା।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like