ଜିଦ୍‌ରେ ଅଟଳ ଏମାର ମଠ ମହନ୍ତ, କହିଲେ ‘କୌଣସି ହାଲତରେ ଗାଦି ଛାଡ଼ିବି ନାହିଁ’

ପୁରୀ: ମଠ ଛାଡ଼ିବେନି ମହନ୍ତ । ଏମାର ମଠ ଉଚ୍ଛେଦକୁ ନେଇ ଆଜି OTVକୁ ଏଭଳି ସୂଚନା ଦେଇଛନ୍ତି ମହନ୍ତ ରାଜଗୋପାଳ ରାମାନୁଜ ଦାସ । ସେ ରହୁଥିବା ଘର ଏବଂ ଗାଦି ଘର ଭାଙ୍ଗିବନି ବୋଲି ପ୍ରଶାସନ ଆଲୋଚନା ବେଳେ କହିଥିଲା। ହେଲେ ଏବେ ବିଭିନ୍ନ ସମୟରେ ବିଭିନ୍ନ କଥା ପ୍ରଶାସନ ପକ୍ଷରୁ କୁହାଯାଉଥିବା ସେ ଅଭିଯୋଗ କରିଛନ୍ତି । ସେ କୌଣସି ହାଲତରେ ମଠ ଭିତର ନିଜ  ଗାଦି ଛାଡ଼ିବେନି ବୋଲି ଅଡ଼ି ବସିଛନ୍ତି।

ତାଙ୍କର ରହିବା ପାଇଁ ଆସିଥିବା କଣ୍ଟେନରକୁ ନେଇ ମଧ୍ୟ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି । କଣ୍ଟେନରରେ ରହିବେ ନାହିଁ ବୋଲି ସେ ରୋକଠୋକ ମନା କରିଦେଇଛନ୍ତି । ପ୍ରଶାସନ ମଠରୁ ବିଦ୍ୟୁତ୍‌ କାଟି ଦେଉଥିବାରୁ ଚଳିବାକୁ ଅସୁବିଧା ହେଉଥିବା କହିବା ସହ ସେ ଅସୁସ୍ଥ ଥିବାରୁ ତାଙ୍କୁ ବିଶ୍ରାମ ଦରକାର ବୋଲି ଓଟିଭିକୁ କହିଛନ୍ତି।

ସେପଟେ ଶ୍ରୀମନ୍ଦିର ଚାରିପାଖରୁ  ୭୫ ମିଟର ଉଚ୍ଛେଦ ଅଭିଯାନ ଆଜି ୩ୟ ଦିନରେ ବି ଜାରି ରହିଛି । ରଘୁନନ୍ଦନ ପାଠାଗାର ମାଟିରେ ମିଶିବା ପରେ ଆଜି ବଣିଆ ପଟି ଉଚ୍ଛେଦ କରାଯାଉଛି । ଏଠାରେ ପ୍ରାୟ ୧୧ଟି ସୁନା ଦୋକାନ ଅଛି । ସେସବୁ ଭଙ୍ଗାଯାଉଛି । ତେବେ ଜାଗା ଖାଲି କରିବାକୁ ଯଥେଷ୍ଟ ସମୟ ଦିଆଯାଉ ନ ଥିବାରୁ ସୁନା ଦୋକାନୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଚ୍ଛେଦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like