ପୁରୀ ହାଜତ ମୃତ୍ୟୁ ଘଟଣାକୁ ଅସ୍ୱୀକାର କଲେ ରାଜ୍ୟ ସରକାର
ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ , ହାଜତ ମୃତ୍ୟୁ ନୁହେଁ ବୋଲି ସତ୍ୟପାଠରେ ଉଲ୍ଲେଖ କଲେ ସରକାର
କଟକ(ଗୌତମ ପଣ୍ଡା) : ପୁରୀ ବାସେଳି ସାହି ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାରଙ୍କ ଅସ୍ୱୀକାର କରିଛନ୍ତି। ବାସେଳି ସାହି ଥାନା ମୃତ୍ୟୁ ଘଟଣା ହାଜତ ମୃତ୍ୟୁ ନୁହଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସତ୍ୟପାଠ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ସରକାର କୋର୍ଟରେ ଦାଖଲ କରିଛନ୍ତି । ତେବେ ଏହି ମାମଲାର ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରି ୨୨ କୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି ।
ପୁରୀ ହାଜତ ମୃତ୍ୟୁ ମାମଲାରେ ସରକାରଙ୍କ ସତ୍ୟପାଠ ଦାଖଲ। ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର। ହାଜତ ମୃତ୍ୟୁ ନୁହେଁ ବୋଲି ସତ୍ୟପାଠରେ ଉଲ୍ଲେଖ କଲେ ସରକାର। #Puri #CustodyDeath pic.twitter.com/p57YNyKYFo
— ଓଟିଭି (@otvkhabar) January 11, 2021
ସୂଚନାଯୋଗ୍ୟ ନଭେମ୍ବର ୧୯ ତାରିଖରେ ପୁରୀ ବାସେଳିସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ହୋଇଥିଲା । କେ.ରମେଶ ନାମକ ଯୁବକଙ୍କୁ ଥାନା ଭିତରେ ପିଟିପିଟି ମାରି ଦିଆଯାଇଥିବା କଥା ମୃତକଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ କରିଥିଲେ । ରମେଶଙ୍କ ଦେହସାରା ମାଡ଼ ଦାଗ ରହିଥିବାବେଳେ ନୋଳା ଫାଟି ରକ୍ତ ଜମାଟ ବାନ୍ଧିଥିବା ଦେଖିବାକୁ ମିଳିଥିଲା । ମାଡ଼ରେ ଦେହସାରା ସିଝି କଳା ପଡ଼ିଯାଇଥିଲା। ତେବେ ପୁଲିସ ପରିବାର ଲୋକଙ୍କୁ ନ ଜଣାଇ କେ.ରମେଶଙ୍କ ଶବ ସତ୍କାର କରିଦେବାରୁ ନୂଆ ବିବାଦ ମୁଣ୍ଡଟେକିଥିଲା । ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ପୀଡ଼ିତ ପରିବାରକୁ କ୍ଷତିପୂରଣ ପାଇଁ ଆବେଦନ କରାଯାଇଥିଲା । ଏହି ଘଟଣାର ତଦନ୍ତ ଅଦାଲତ ନିଜେ ତଦାରଖ କରନ୍ତୁ ବୋଲି ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା ।
ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର, ହାଜତ ମୃତ୍ୟୁ ନୁହେଁ ବୋଲି ସତ୍ୟପାଠରେ ଉଲ୍ଲେଖ କଲେ ସରକାର;
ସତ୍ୟପାଠ ସହ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କଲେ ସରକାର, ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଲେ ହାଇକୋର୍ଟ #Odisha— ଓଟିଭି (@otvkhabar) January 11, 2021