ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା

ପୁରୀ: ପୁରୀ ବେଳାଭୂମିର ଗୋଟିଏ ଅଂଶକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ମିଳିଛି। ଡେନମାର୍କର ଫାଉଣ୍ଡେସନ ଫର୍ ଏନଭାରନମେଣ୍ଟାଲ ଏଜୁକେସନ- (FEE) ପକ୍ଷରୁ ଦିଗବାରେଣୀ ଖୁଣ୍ଟିଠାରୁ ମେ ଫେୟାର ହୋଟେଲ ଯାଏ ୮୬୦ ମିଟର ଲମ୍ବର ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦିଆଯାଇଛି। ଫଳରେ ଏଠାରେ ସମସ୍ତ ପ୍ରକାରର ଅନ୍ତର୍ଜାତୀୟ ସୁବିଧା ମିଳିପାରିବ।

ବିଶେଷ କରି ବାଥିଂ ଜୋନ, ସୁରକ୍ଷିତ ସ୍ଥାନ, ଟଏଲଟ ବ୍ୟବସ୍ଥା ସହ ସନ୍ତୁଳିତ ପରିବେଶ, ଚେଞ୍ଜିଂ ରୁମ୍, ପରିଷ୍କାର ପରିଛନ୍ନ ସମୁଦ୍ର ବେଳାଭୂମି ସହ ୨୪ ଘଣ୍ଟିଆ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ରହିବ। ଏହିସବୁ ସର୍ତ୍ତ ପୂରଣ କରିବାରୁ FEE ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦେଇଛି।

ଏଥିପାଇଁ ମୋ ବିଚ୍ ଟିମ୍, ଗଣମାଧ୍ୟମ ପ୍ରତିନିଧି, ପୁରୀବାସୀ ଓ ସଂପୃକ୍ତ ସଂସ୍ଥାକୁ ଧନ୍ୟବାଦ ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଏହା ବ୍ୟତୀତ ଦେଶର ଆଉ ୭ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍‌ର ମାନ୍ୟତା ମିଳିଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like