• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାକୁ ନେଇ ତେଜୁଛି ବିବାଦ। ସରକାରଙ୍କ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ୨୭ ଦିନ ଧରି ପୁରୀରେ ଧାରଣା ପରେ ଜିଲ୍ଲା ପ୍ରଶାସନ ନଶୁଣିବାରୁ ଦଳ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି।

ଏନେଇ ନବୀନଙ୍କୁ ସ୍ମାରକପତ୍ର ଦେବା ପାଇଁ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଗତକାଲି ପୁରୀରୁ ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିଲେ। ତେବେ ପୋଲିସ ସେମାନଙ୍କୁ ଆଜି ଉତ୍ତରା ଛକରେ ଅଟକାଇଥିଲା। ଏହାକୁ ନେଇ ଉଭୟପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ପୋଲିସ ବିଜେପି ନେତା ଓ କର୍ମୀଙ୍କୁ ଗିରଫ କରିବା ସହ ଆଗକୁ ବଢିବାକୁ ଦେଇନଥିଲା। ତେବେ ଦଳ ପକ୍ଷରୁ ଡିସିପିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି।

ଏପଟେ ବଗଲା ଧର୍ମଶାଳା ଜମି ବିକ୍ରି ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଓଡ଼ିଶା ହାଇକୋର୍ଟ  ବଗଲା ଜମିରେ ଜଗନ୍ନାଥଙ୍କ ସତ୍ତ୍ୱ ନେଇ କୋର୍ଟ ଜବାବ ମାଗିଛନ୍ତି। ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।

ଏହି ପ୍ରସଙ୍ଗକୁ ନେଇ ଦାୟର ଅନ୍ୟ ମାମଲାଗୁଡିକର ବି ୨ ତାରିଖରେ ଏକାଠି ଶୁଣାଣି ହେବ। ବଗଲା ଧର୍ମଶାଳା ପ୍ରସଙ୍ଗରେ ହାଇକୋର୍ଟରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମାମଲା କରିଥିଲେ। ବଗଲା ଧର୍ମଶାଳା ଜମି ଅନିୟମିତତା ଅଭିଯୋଗର ତଦନ୍ତ କରାଇବା ସହ ସମ୍ପୃକ୍ତ ଜମିକୁ ଶ୍ରୀ ଜଗନ୍ନାଥଙ୍କ ଖାତାକୁ  ଫେରାଇ ଆଣିବାକୁ ଆବେଦନ ହୋଇଛି।

୧୯୦୫ ମସିହାରେ ଦାନ ସୂତ୍ରରେ ମିଳିଥିବା ବଗଲା ଧର୍ମଶାଳା ଜମିକୁ ବେଆଇନ୍ ଭାବେ ପୁରୀ ଜିଲ୍ଲାପାଳ ଶାଗ ମାଛ ଦରରେ ଲଜିଂ ମାଲିକଙ୍କୁ ବିକ୍ରି କରିଦେବା ଅଭିଯୋଗକୁ ନେଇ ବିବାଦ ଦେଖାଦେଇଛି। ଭକ୍ତଙ୍କୁ କମ ଖର୍ଚ୍ଚରେ ରହଣୀ ସୁବିଧା ଯୋଗାଇ ଦିଆଯାଉଥିବା ଏହି ଧର୍ମଶାଳା ସ୍ଥାନରେ ଯାତ୍ରୀ ନିବାସ ନକରି ଏହି ଜମିକୁ ବିକ୍ରି କରିଦିଆଯିବାକୁ ନେଇ ଜୋର ଧରିଛି ବିରୋଧର ସ୍ୱର। ଏହାକୁ ନେଇ ହାଇକୋର୍ଟରେ ଏକାଧିକ ମାମଲା ବି ହୋଇଛି।

Puri-bagala-dharmashala-row-agitating-bjp-workers-scuffle-with-police-on-bhubaneswar-outskirts
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories