ବଦଳିଲେ ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାପାଳ

ଭୁବନେଶ୍ୱର: ନୂଆବର୍ଷରେ IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆର୍. ଭିନିଲ କ୍ରୀଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ମିଳିଛି। ସେ କ୍ରୀଡ଼ା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ। ମହମ୍ମଦ ସାଦିକ ଆଲାମଙ୍କୁ ଶିଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କୁ  ଓଏମ୍‌ସି ଏମ୍‌ଡି ଭାବେ ଦାୟିତ୍ୱ ମିଳିଥିବା ବେଳେ ଅମ୍ରିତ ଋତୁରାଜଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ  ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି।

ସେହିପରି ପାରୁଲ ପଟୱାରୀଙ୍କୁ ପୂର୍ତ୍ତ ବିଭାଗ ଉପ ସଚିବ, ବିଶାଲ ସିଂହଙ୍କୁ ଯାଜପୁର ପିଡି ଡିଆର୍‌ଡିଏ,
ପ୍ରମୋଦ ବେହେରାଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି। ଜଗତସିଂହପୁର ଜିଲ୍ଲାପାଳ ସରୋଜ ମିଶ୍ର ହେଲେ ରାୟଗଡ଼ା ଜିଲ୍ଲାପାଳ।

ସୂଚନାଥାଉ କି, କିଛିଦିନ ତଳେ ରାଜ୍ୟର IAS ସ୍ତରରେ ପଦୋନ୍ନତି ହୋଇଥିଲା। ଗୃହ ବିଭାଗର ସଚିବ ଦାୟିତ୍ୱରେ ଥିବା IAS ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଥିଲା। ଏଥିସହ ଶାଶ୍ୱତ ମିଶ୍ର, ବୀର ବିକ୍ରମ ଯାଦବ, ବିଶାଲ ଦେବ, ଭିନିଲ କ୍ରିଷ୍ଣା, ରତ୍ନାକର ରାଉତ ଓ ଦାଶରଥି ଶତପଥୀଙ୍କୁ ମଧ୍ୟ ପଦୋନ୍ନତି ମିଳିଥିଲା।

ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଅଞ୍ଜନ କୁମାର ମାନିକ୍, ବେଣୁଧର ବେହେରା, ସୁରେଶ ଚନ୍ଦ୍ର ଦଳାଇ, ଦେବେନ୍ଦ୍ର ଜେନା, ଭୂପିନ୍ଦର ସିଂ ପୁନିଆ, ଯାମିନୀ ଷଡ଼ଙ୍ଗୀ, ଏମ୍. ମୁଥୁକୁମାର ଏବଂ ବି. ପରମେଶ୍ୱରନ୍‌ଙ୍କୁ ମଧ୍ୟ ପଦୋନ୍ନତି ମିଳିଥିଲା।

ଗୁହା ପୁନମ୍ ତାପସ କୁମାର, ମାଗୁଣି ଚରଣ ପାତ୍ର, ବୃନ୍ଦାବନ ବେହେରା, ଧନଞ୍ଜୟ ହେମ୍ବ୍ରମ୍, ଗଙ୍ଗାଧର ପାତ୍ର, ପବିତ୍ର ମଣ୍ଡଳ, ସୁନୀଲ କୁମାର ନାୟକ, ବଟକୃଷ୍ଣ ଦେହୁରୀ ଓ ନିଖିଲ ପବନ କଲ୍ୟାଣଙ୍କୁ ବି ପଦୋନ୍ନତି ମିଳିଥିଲା। ମନୀଷ ଅଗ୍ରୱାଲ, ବିନୀତ ଭରଦ୍ୱାଜ, ପମା ଟୁଡୁ, ସ୍ମୃତି ରଞ୍ଜନ ପ୍ରଧାନ, ସିଦ୍ଧାର୍ଥ ଦାସ, ପି. ଅନ୍ୱେଷା ରେଡି, ପାଟିଲ ଆଶିଷ ଈଶ୍ୱର, ଦିବାକର ଟି. ଏସ୍ ଓ ହେମକାନ୍ତ ସାଏଙ୍କୁ ବି ପଦୋନ୍ନତି ମିଳିଥିଲା।

You might also like