ବିଜେପିର ଅଭିଯୋଗ, ଜନ ପ୍ରତିନିଧିଙ୍କୁ ଅଣଦେଖା କରୁଛନ୍ତି ପ୍ରଶାସନିକ ଅଧିକାରୀ

ପୁରୀ: ଜନ ପ୍ରତିନିଧିଙ୍କୁ ଅଣଦେଖା କରୁଛନ୍ତି ପ୍ରଶାସନିକ ଅଧିକାରୀ। ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି ବ୍ରହ୍ମଗିରିର ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ଦେବା ବେଳେ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରାଯାଉଥିବା ବେଳେ ତାଲିକା ମାଗିଲେ ପ୍ରଶାସନ ଦେଉନାହିଁ ବୋଲି ଏମାନେ ଅଭିଯୋଗ ଆଣିଛନ୍ତି।

ଗତ୧୫ ତାରିଖରେ ସାତପଡାରେ ହୋଇଥିବା ଋଣମେଳାରେ ଯିବାକୁ ପ୍ରଥମେ ଡାକିବା ପରେ ଏସ୍‌ଏମ୍ଏସ୍‌ରେ ନଯିବାକୁ ମନା କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ବ୍ରହ୍ମଗିର ବିଧାୟକ। ତେବେ ବିଜେଡି ପୁରୀ ଜିଲ୍ଲାରେ ଦୁଇ ତୁଙ୍ଗ ନେତାଙ୍କୁ ହରାଇଥିବାରୁ ବିଜେପିର ଏହି ଦୁଇ ନେତାଙ୍କୁ ଅଣଦେଖା କରାଯାଉଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ବିଜେପି।

ପରେ ଦୁଇ ବିଧାୟକ ସହ ବିଜେପିର ଏକ ଟିମ୍ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏନେଇ ଅଭିଯୋଗ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁକୁ କାଟି କିପରି ମିଛ ବିଜ୍ଞାପନରେ ନିଜ ପ୍ରଚାର କରୁଛନ୍ତି ତାହା ଅବଗତ କରିଛନ୍ତି। ସେହିପରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଛନ୍ତି।

You might also like