ଏଣିକି ସକାଳ ୬ଟା ରୁ ଜଗା ଦର୍ଶନ

ପୁରୀ: ଶ୍ରୀମନ୍ଦିର ପକ୍ଷରୁ ଜାରି ହେଲା ନୂଆ ଏସଓପି। ଏଣିକି ସକାଳ ୬ଟାରୁ ଜଗା ଦର୍ଶନ କରିବେ ଭକ୍ତ। ଏହାସହ କାଲିଠୁ ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ରବିବାର ମନ୍ଦିର ସାନିଟାଇଜ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ।  ଅନ୍ୟ ବାରରେ ସକାଳ ୬ଟାରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। କେବଳ ଏତିକି ନୁହେଁ ବରଂ ସପ୍ତାହରେ ୨ ଥର ରାତିରେ ମନ୍ଦିର ବନ୍ଦ ପରେ ମନ୍ଦିରକୁ ସାନିଟାଇଜ କରାଯିବ ବୋଲି  ସୂଚନା ମିଳିଛି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ମନ୍ଦିର ପ୍ରଶାସନର ନୂଆ SOP ଜାରି କରିଛି।

 

 

You might also like