ମଙ୍ଗୁ ମଠ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଅନୁରୋଧ କରିଛନ୍ତି।

ଏକ ଟ୍ୱିଟ୍‌ କରି ସେ କହିଛନ୍ତି, ଗୁରୁ ନାନକଙ୍କ ଐତିହ୍ୟ ସହିତ ଏହି ମଠ ଜଡ଼ିତ। ତେଣୁ ଏହାର ସୁରକ୍ଷା କରାଯାଉ ବୋଲି ସେ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ କ୍ରମରେ ମଙ୍ଗୁ ମଠ ଭାଙ୍ଗିବା ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି ଅମରିନ୍ଦର ସିଂହ କହିଛନ୍ତି।

You might also like