ଡେରିରେ ବାହାରିବ ଯୁକ୍ତ ୨ ପରୀକ୍ଷା ଫଳ !

ଭୁବନେଶ୍ୱର: ବାତ୍ୟା ଫୋନି ଯୋଗୁଁ ଯୁକ୍ତ ୨ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଫୋନି ପ୍ରଭାବିତ ଜିଲ୍ଲାଗୁଡିକରେ ଖାତା ଦେଖା ପ୍ରଭାବିତ ହୋଇଛି। ସେଠାରେ ବନ୍ଦ ରହିଥିବା ଅଫଲାଇନ୍ ମୂଲ୍ୟାୟନ ଆରମ୍ଭ ହୋଇ ସାରିଥିବାବେଳେ ଇ-ଭ୍ୟୁଲୁଏସନ କିନ୍ତୁ ପ୍ରଭାବିତ ହୋଇଛି। ତେବେ ଇ- ଭ୍ୟୁଲୁଏସନ ବନ୍ଦ ଥିବା ୭ଟି କେନ୍ଦ୍ର ମଧ୍ୟରୁ ୨ଟି କେନ୍ଦ୍ରରେ ଆଜିଠୁ ପୁଣି ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି CHSE ଉପ ପରୀକ୍ଷା ନିୟନ୍ତ୍ରକ। ତେବେ ମେ ମାସ ସୁଦ୍ଧା ବିଜ୍ଞାନ ଫଳ ବାହାର କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି।

You might also like