ଥାନା ସମ୍ମୁଖରେ ଗର୍ଜିଲେ ଲୋକେ, ମାଗିଲେ ନ୍ୟାୟ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ଥାନା ହାଜତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।  ଉତ୍ତ୍ୟକ୍ତ ଲୋକେ ବୀରମିତ୍ରପୁର ଥାନା ସମ୍ମୁଖରେ  ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  ଫଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ଅଡି ବସିଛନ୍ତି ।

ସେପଟେ ହାଜତ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁନ୍ଦରଗଡ଼ ଏସ୍‌ପି। ଏସ୍‌ପିଙ୍କ ସୂଚନା ଅନୁସାରେ କିଛି ଦିନ ତଳେ ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କ ଅପହରଣ ମାମଲାରେ ତାରିକ ସଲିମ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଉଠାଇ ଆଣିଥିଲା । ସେ ଅସୁସ୍ଥ ହେବାରୁ ପ୍ରଥମେ ତାଙ୍କୁ କୁଆଁରମୁଣ୍ଡା ଓ ପରେ RGHକୁ ନିଆଯାଇଥିଲା।

RGHରେ ଚିକିତ୍ସାଧୀନ ଅବସ୍ଥାରେ ତାରିକ୍ ସଲିମଙ୍କ ମୃତ୍ୟୁ ହୋଇଥିଲା।  ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍, ଏସପି ସାଗରିକା ନାଥ ।

You might also like