କାଳିଅା ଦର୍ଶନ ପାଇଁ ଟିକଟ୍ ବ୍ୟବସ୍ଥା ପ୍ରସ୍ତାବ

ପୁରୀ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ନୂଅା ଯୋଜନା ଉପରେ ବିଚାର ବିମର୍ଷ। ତିରୁପତି ଓ ବୈଷ୍ଣୋଦେବୀ ମନ୍ଦିର ଭଳି ପୁରୀରେ ବି ଭକ୍ତଙ୍କୁ ଟିକଟ୍ ମାଧ୍ୟମରେ ଦର୍ଶନ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ସମ୍ପର୍କିତ ଜନଶୁଣାଣି ବେଳେ ଅାସିଛି ପ୍ରସ୍ତାବ। ଯାହାକୁ ନେଇ ଅାରମ୍ଭରୁ ଉଠିଲାଣି ବିରୋଧର ସ୍ୱର। ସେବାୟତ କହିଛନ୍ତି ଜଗନ୍ନାଥ ମନ୍ଦିରର ରୀତି ନୀତି ସମ୍ପୂର୍ଣ୍ଣ ଅଲଗା, ଏଠି ଟିକେଟ୍ ବ୍ୟବସ୍ଥା ଅାଦୌ ଗ୍ରହଣୀୟ ନୁହେଁ। ତେବେ ଏ ନେଇ କୌଣସି ନିଷ୍ପତ୍ତି ହୋଇନଥିବା କହିଛନ୍ତି କମିଟି ମୁଖ୍ୟ ସୁରେଶ ମହାପାତ୍ର।

ସେପଟେ ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ନେଇ ଅନୁଷ୍ଠିତ ରୁଦ୍ଧଦ୍ୱାର ଜନ ଶୁଣାଣିକୁ ତୀବ୍ର ବିରୋଧ କରିଛନ୍ତି ସେବାୟତ। ଜନଶୁଣାଣି ସର୍ବ ସମ୍ମୁଖରେ କରିବା ଦାବିରେ ବିକ୍ଷୋଭ ସାଙ୍ଗକୁ ନାରାବାଜି କରିଥିଲେ। ସେହି ହୋହଲ୍ଲା ଭିତରେ ସଂସ୍କାର କମିଟିଙ୍କ ନିକଟରେ ବହୁ ବୁଦ୍ଧିଜୀବୀ, ସେବାୟତ ଓ ସାଧାରଣ ଲୋକ ସେମାନଙ୍କ ପ୍ରସ୍ତାବ ରଖିଥିଲେ।

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ମହାପ୍ରସାଦ, ସେବାୟତଙ୍କ ଅାଚରଣ ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ପ୍ରସ୍ତାବ ଓ ମତାମତ ଅାସିଛି। ଏହା ଉପରେ ଅନୁଶୀଳନ ସହ ଅାଗକୁ ଦେଶର ବିଭିନ୍ନ ପ୍ରମୁଖ ମନ୍ଦିରର ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରି ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ ଅାଇନ୍ ବିଭାଗକୁ ସଂସ୍କାର କମିଟି ତାଙ୍କ ରିପୋର୍ଟ ପ୍ରଦାନ କରିବେ, ଯାହାକି ସୁପ୍ରିମକୋର୍ଟରେ ଦାଖଲ ହେବ।

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ସଂସ୍କାର ନେଇ ରାଜ୍ୟ ସରକାର ଗଠନ କରିଛନ୍ତି ୩ ଜଣିଅା କମିଟି। ବରିଷ୍ଠ ପ୍ରଶାସକ ସୁରେଶ ମହାପାତ୍ରଙ୍କ ସହ କମିଟିର ଅନ୍ୟ ଦୁଇ ସଦସ୍ୟ ଭାବେ ଅଛନ୍ତି ଅାଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମହିମୋହନ ତ୍ରିପାଠୀ।

ଆହୁରି ପଢ଼ନ୍ତୁ

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

You might also like