ଶ୍ରୀମନ୍ଦିର ସଂସ୍କାର ପାଇଁ ହେବ ଜନଶୁଣାଣି

ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍ ଜାରି

ପୁରୀ : ଶ୍ରୀମନ୍ଦିରରେ ସଂସ୍କାର ପାଇଁ ସେବାୟତ ଓ ସାଧାରଣ ଲୋକଙ୍କଠାରୁ ପ୍ରସ୍ତାବ ଗ୍ରହଣ କରିବାକୁ ଅାସନ୍ତା ୧୦ ତାରିଖରେ ହେବ ଏକ ଜନ ଶୁଣାଣି। ଏହି ଜନ ଶୁଣାଣି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଅାସନ୍ତା ୧୦ ତାରିଖରେ ଦିନ ୧୧ଟାରୁ ୨ଟା ମଧ୍ୟରେ ପୁରୀରେ ଏହି ଜନ ଶୁଣାଣି ହେବ।

ସେବାୟତ ତଥା ସାଧାରଣ ଲୋକେ ନିଜର ମତାମତ ଲିଖିତ ବା ମୌଖିକ ଭାବେ ଉପସ୍ଥାପନ କରିପାରିବେ। ରାଜ୍ୟ ସରକାର ଗଠନ କରିଥିବା ୩ ଜଣିଅା କମିଟିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମ୍ମୁଖରେ ଲୋକେ ନିଜ ନିଜର ପ୍ରସ୍ତାବ ରଖିପାରିବେ।

ଏହି କମିଟିର ଅନ୍ୟ ଦୁଇ ସଦସ୍ୟ ହେଲେ ଅାଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମହିମୋହନ ତ୍ରିପାଠୀ। ଦେଶର ବିଭିନ୍ନ ମନ୍ଦିର ପରିଦର୍ଶନ କରି ଶ୍ରୀମନ୍ଦିରର ସଂସ୍କାର ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଏହି ତିନି ଜଣିଅା କମିଟି ଗଠନ କରିଥିଲେ।

ତେବେ ବୈଷ୍ଣୋଦେବୀ, ଅମୃତସରର ସ୍ୱର୍ଣ୍ଣ ମନ୍ଦିର, ତିରୁପତି ବାଲାଜୀ ମନ୍ଦିର ଅାଦି ପରିଦର୍ଶନ ପୂର୍ବରୁ କମିଟି ତରଫରୁ ଏକ ଜନଶୁଣାଣି କରାଯାଉଛି।

You might also like