• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ପୁରୀ: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ନେଇ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ଜନ ଶୁଣାଣିକୁ ବିରୋଧ କରାଯାଇଛି। ପ୍ରଶାସକ ସୁରେଶ ମହାପାତ୍ରଙ୍କ ନେତୃତ୍ୱାଧୀନ ୩ ଜଣିଆ କମିଟି ନିକଟରେ ଏହି ଜନ ଶୁଣାଣି ଚାଲିଥିଲା। ହେଲେ ଏହାର ତରିକାକୁ ବିରୋଧ କରିଛନ୍ତି କିଛି ସେବାୟତ ଓ ବୁଦ୍ଧିଜୀବୀ। ଏହାର ପ୍ରତିବାଦରେ ସେବାୟତମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କମିଟି ସର୍ବସମ୍ମୁଖରେ ଜନଶୁଣାଣି ନକରି ଜଣ ଜଣ କରି ଲୋକଙ୍କ ମତ ନେଉଥିବାରୁ ଲୋକେ ଏହାର ବିରୋଧ କରିଛନ୍ତି।

ଏହା ଭିତରେ କମିଟି ନିକଟରେ ବହୁ ବୁଦ୍ଧିଜୀବୀ, ସେବାୟତ ଓ ସାଧାରଣ ଲୋକେ ଉପସ୍ଥିତ ହୋଇ ମତ ରଖିଛନ୍ତି। ଏହି ଜନ ଶୁଣାଣି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଏହି କମିଟି ଗଠନ କରିଥିଲେ। ଦେଶର ବିଭିନ୍ନ ମନ୍ଦିର ପରିଦର୍ଶନ କରି ଶ୍ରୀମନ୍ଦିରର ସଂସ୍କାର ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଏହି ତିନି ଜଣିଆ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟିର ଅନ୍ୟ ଦୁଇ ସଦସ୍ୟ ରହିଛନ୍ତି ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମହିମୋହନ ତ୍ରିପାଠୀ।

Public-hearing-on-puri-srimandir-reforms-held-amid-protest
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories