• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ବେକାବୁ ମହାମାରୀ ସତ୍ତ୍ୱେ ବେଫିକର ଜନତା
  • ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟବାସୀଙ୍କୁ ଦେଲେ ଚେତାବନୀ
  • ଯେଉଁଠି ଗହଳି ସେଠି ଲାଗୁ ହେବ ଲକଡାଉନ୍-ସଟ଼ଡାଉନ୍
  • ଏପ୍ରିଲରେ ଅମାନିଆଙ୍କଠୁ ଆଦାୟ ହେଲାଣି ୫କୋଟିରୁ ଅଧିକ ଫାଇନ୍-ଡିଜିପି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଗମ୍ଭୀର ହେଉଛି କରୋନା ସ୍ଥିତି। କେତେବେଳେ ସଂକ୍ରମଣ ତ କେତେବେଳେ ବଢୁଛି ମୃତ୍ୟୁସଂଖ୍ୟା। ରାଜ୍ୟବାସୀଙ୍କ ପାଇଁ ମହାମାରୀ ଦୈନିକ ସତର୍କ ଘଣ୍ଟି ବଜାଉଥିବା ସତ୍ତ୍ୱେ କିଛି ଲୋକ ଏବେ ବି ବେଫିକର, ବେପରବାୟ ଅଛନ୍ତି। ଏପରି ହେଲେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲକଡାଉନ୍ କିମ୍ବା ସଟଡାଉନ୍ ଭଳି କଟକଣା ଜାରି କରାଯାଇପାରେ ବୋଲି ଚେତାଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେପଟେ ଚଳିତ ମାସରେ ଶୃଙ୍ଖଳା ଭାଙ୍ଗିଥିବା କିଛି ଅମାନିଆଙ୍କ ତଥ୍ୟ ରଖିବା ସହ ଲୋକଙ୍କୁ ସତର୍କ ଓ ସଚେତନ ହେବାକୁ ଅପିଲ କରିଛନ୍ତି ପୋଲିସ ଡିଜିପି।

କରୋନା ପାଇଁ ଘନ ଘନ ସଚେତନତା ଚାଲିଛି। ଏପଟେ କିନ୍ତୁ ନିୟମକୁ ସିଧା ଫୁ କରୁଛନ୍ତି କିଛି ଅମାନିଆ। ଏମିତି ଦୃଶ୍ୟ କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ଖୋଦ୍ ରାଜଧାନୀର ମାର୍କେଟ୍ ବିଲ୍ଡିଂ ଏରିଆରେ ଦେଖିବାକୁ ମିଳିଛି। ଭୁବନେଶ୍ୱରର କରୋନା ଏବେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଇଛି। ହେଲେ ତା ପରେ ବି ଲୋକେ ବେପରବାୟ, ବେଫିକର। ଉଭୟ ବ୍ୟବସାୟୀ ଓ ଗ୍ରାହକ କେହି ବି କୋଭି଼ଡ୍ ଗାଇଡଲାଇନ୍ ଖାତିର କରୁନଥିବାରୁ ଗତକାଲି ପୁରା ମାର୍କେଟ୍ ବିଲଡିଂ ଅଞ୍ଚଳକୁ ୪୮ ଘଣ୍ଟା ପାଇଁ ସିଲ୍ କରିଛି ବିଏମସି

ଏହାସହ ଷ୍ଟିଲ ସିଟି ରାଉରକେଲାର ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଘରୁ ନବାହାରିବାକୁ ବାରମ୍ବାର ନିବେଦନ ପରେ ବି ରାସ୍ତା- ଘାଟ, ଦୋକାନ-ବଜାର ସବୁଠି ସ୍ୱାଭାବିକ ସ୍ଥିତି ରହିଛି। ଆଉ ସମାନ ଦୃଶ୍ୟ ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ବି ଦୃଶ୍ୟମାନ ହୋଇଛି। ଏଠି ଏବେ ବି ହାଟରେ ମେଳି ଜମୁଛି, ଆଉ ଲୋକଙ୍କ ମୁହଁରେ ଠିକରେ ରହୁନି ମାସ୍କ। ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ସତ୍ତ୍ୱେ ଲୋକ ଏବେ ବି ସଚେତନ ହେଉନଥିବାରୁ ଏହାକୁ ନେଇ ବଢ଼ିଛି ଚିନ୍ତା।

ଏପଟେ ସଂକ୍ରଣର ଭୟାବହତାକୁ ଦେଖି ପୁରା ରାଜ୍ୟବାସୀଙ୍କୁ ସତର୍କ ଓ ସଚେତନ ହୋଇ ଚଳିବାକୁ ଅପିଲ କରିଛନ୍ତି ପୋଲିସ ଡିଜିପି। ଡିଜିପି କହିଛନ୍ତି, ପୋଲିସର ଦାୟିତ୍ୱ ଆଇନଶୃଙ୍ଖଳା ରକ୍ଷା କରିବା। ମାସ୍କ କିମ୍ବା ସାମାଜିକ ଦୂରତା ଭଳି ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ନୁହେଁ। ତେବେ କିଛି ଲୋକ ଭୃକ୍ଷେପ କରୁନଥିବାରୁ ଇଚ୍ଛା ବିରୁଦ୍ଧରେ ହିଁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡୁଛି। ଡିଜିପିଙ୍କ ସୂଚନା ଅନୁସାରେ ମାସ୍କ ବ୍ୟବହାର ନିୟମ ଉଲ୍ଲଂଘନ କରିଥିବା ଲୋକକଙ୍କଠାରୁ କେବଳ ଏପ୍ରିଲ ମାସରେ ହିଁ ଆଦାୟ ହୋଇଛି ୫ କୋଟି ୨୪ ଲକ୍ଷ ଫାଇନ୍।

ସେହିଭଳି କୋଭିଡ଼ ନିୟମ ଭଙ୍ଗ ପାଇଁ ୪୧୮ ଗିରଫ ହେଲେଣି। ତେଣୁ ଆଗକୁ ଆଉ ଏପରି ନକରିବାକୁ ନିବେଦନ କରିଛନ୍ତି ଡିଜିପି। ତେଣେ ଓଡ଼ିଶାରେ ବର୍ତ୍ତମାନ ସ୍ଥିତିରେ ସଟଡାଉନ୍ କି ଲକ଼ଡାଉନର ଆବଶ୍ୟକତା ଆସିନି କିମ୍ବା ଏହା ସପକ୍ଷରେ ସରକାର ନଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ତେବେ ଲୋକେ ଯେଉଁଠି ଅମାନିଆ ହେବେ, ନିର୍ଦ୍ଦିଷ୍ଟ ଭାବେ ସେହି ଅଞ୍ଚଳରେ ହିଁ କଟକଣା ଲାଗୁ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସେପଟେ ପର୍ଯ୍ୟଟନ ସହର ପୁରୀରେ ଏକ ହୋଟେଲରୁ କିଛି କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ସଂପୃକ୍ତ ହୋଟେଲ ଓ ଏହାର ଆଖପାଖ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସେପଟେ ସଂକ୍ରମଣ ବଢୁଥିବାରୁ କିଛି ବ୍ୟବସାୟୀ ଅପରାହ୍ଣ ୨ଟାରୁ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Public-flout-covid-norms-odisha-dgp-urges-all-to-follow-rules
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories