• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖୋର୍ଦ୍ଧା ( ବଳରାମ ଲେଙ୍କା) : ଦୁର୍ଦ୍ଦଶା ବଢାଉଛି ଜଟଣୀ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାମ।  ପାଞ୍ଚ ବର୍ଷ ପରେ ବି ଫ୍ଲାଏ ଓଭର ନିର୍ମାଣ କାମ ଶେଷ ହୋଇନିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ତେବେ ସବୁଠାର ବଡକଥା ହେଲା ଜିଲ୍ଲାପାଳଙ୍କ କଥାରେ ଭରଷା କରି ବ୍ୟବସାୟୀ ନିଜ ଦୋକାନ ଭାଙ୍ଗି ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ପାଇଁ ସହଯୋଗର ହାତ ବଢାଇଛନ୍ତି । ପୂର୍ବରୁ ଉଛେଦ ହୋଇଥିବା ୫୮୭ ବ୍ୟବସାୟୀ ଏଯାଏ ଥଇଥାନ ହୋଇନଥିବା ବେଳେ ଏବେ ପୁଣି ବିସ୍ଥାପିତ ହେବାକୁ ଯାଉଛନ୍ତି ୧୫୦ ଜଣ ବ୍ୟବସାୟୀ।

ପ୍ରକଳ୍ପ କାମ ତୁରନ୍ତ ସାରିବା ସହ କ୍ଷତିଗସ୍ତ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଦାବି କରିଛି ବ୍ୟବସାୟୀ ମହାସଂଘ। ଜଟଣୀ ଫ୍ଲାଏ ଓଭର କାମ ୫୪ କୋଟି ଟଙ୍କାରୁ ଆରମ୍ଭ ହୋଇ ଶହେ କୋଟି ଟଙ୍କାରେ ପହଞ୍ଚିଲାଣି ।  କିନ୍ତୁ ଏପର୍ଯ୍ୟନ୍ତ ଫ୍ଲାଏ ଓଭରର ୫୦ ଭାଗ କାମ ସରିନାହିଁ । ବ୍ରିଜର ସାଇଡ କାନ୍ଥ ଭୁଷଡିବା ଘଟଣାରେ ପ୍ରଥମେ ଠିକା ପାଇଥିବା ସଂସ୍ଥା ପଣ୍ଡା ଇନଫ୍ରାକୁ ବାହାର କରି ବିରଜା କନଷ୍ଟ୍ରକସନକୁ ହାତକୁ ଦାୟିତ୍ୱ ଦିଆଯାଇଛି । ଏହି ବ୍ରିଜ୍ ନିର୍ମାଣ ହେଲେ ଫୁଲବାଣୀ ଠାରୁ ନୟାଗଡ ଏବଂ ଖୋର୍ଦ୍ଧା ଭଳି ୫ ଟି ଜିଲ୍ଲାକୁ ସଂଯୋଗ ହୋଇପାରିବ । ସେପଟେ ଫ୍ଲାଏ ଓଭର ବ୍ରିଜ୍ କାମ ଏପ୍ରିଲ ସୁଦ୍ଧା ସରିବ ବୋଲ ସ୍ଥାନୀୟ ବିଧାୟକ କହିଛନ୍ତି ।

Public-disatisfaction-over-construction-of-the-jatani-flyover-bridge
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories