• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବଲାଙ୍ଗିର: ପାଟଣାଗଡ଼ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ ଘଟଣାରେ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିବା ଚାପ ବଢ଼ିବାରେ ଲାଗିଛି। ଡିପ୍ଲୋମା ଇଞ୍ଜିନିୟର ସଂଘ ପରେ ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଥିଲା।

ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବାଦ୍ୟ ବଜାଇ ଆନ୍ଦୋଳନକାରୀମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ। ଏହି ସମୟରେ ପୁଲିସ୍ ସହିତ ସେମାନଙ୍କର ଠେଲାପେଲା ହୋଇଥିଲା। ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ସତ୍ୱେ ତାଙ୍କୁ ଗିରଫ କରାଯାଇନଥିବାରୁ ଆଦିବାସୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ।

ସେହିପରି ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ କଳାହାଣ୍ଡି ବସୁ ଶବର ସମାଜ ଆନ୍ଦୋଳନକୁ ଓହ୍ଲାଇଛି। କଳାହାଣ୍ଡି ବସୁ ଶବର ସମାଜର ଶତାଧିକ କର୍ମୀ ବିରାଟ ଶୋଭାଯାତ୍ରାରେ ଧର୍ମଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଆନ୍ଦୋଳନ କରିବା ସହ ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଉପ-ଜିଲ୍ଲାପାଳଙ୍କୁ ଦେଇଥିଲେ।

ଅନ୍ୟପକ୍ଷରେ, ପୂର୍ବରୁ ଏ ଘଟଣାରେ କ୍ଷମା ମାଗି ସାରିଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ପ୍ରତିକ୍ରିୟା ରଖିଛନ୍ତି।

ଆଦିବାସୀଙ୍କ ଆନ୍ଦୋଳନ ପରେ ପାଟଣାଗଡ ବିଧାୟକ ସରୋଜ ମେହେର ସଫେଇ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ କହିଛନ୍ତି, ‘ଗତ ୫ ତାରିଖ ଦିନ ବେଳପଡା ବ୍ଳକ୍‌ ଗମ୍ଭାରୀରେ ରାସ୍ତା କାମ ନିମ୍ନମାନର ହୋଇଥିବା ନେଇ ଗାଁ ଲୋକେ ଡାକିବା ପରେ ସେ ଯାଇଥିଲେ। ରାସ୍ତାକାମ ନିମ୍ନ ମାନର ହୋଇଥିବାରୁ, କନିଷ୍ଠ ଯନ୍ତ୍ରୀଙ୍କୁ ଜୟକାନ୍ତ ଶବରଙ୍କୁ ବିଧାୟକ ଭାବରେ କାନ ଧରି ଉଠ୍‌ବସ୍‌ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଦିବାସୀଙ୍କ ସହ ଉତ୍ତମ ସଂପର୍କ ରହିଛି।’

ଜାତିଗତ ଭାବରେ ଜୟକାନ୍ତ ଶବରଙ୍କୁ କୌଣସି ଆକ୍ଷେପ କରି ନାହାନ୍ତି ବୋଲି ପାଟଣାଗଡ ବିଧାୟକ ସଫେଇ ଦେଇଛନ୍ତି।

Public-demand-raise-to-arrest-patanagada-mla-mla-saoj-meher-also-gives-his-satement-before-media-on-sit-up-issue
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories