ସରକାରୀ ଡାଏରୀରେ ତ୍ରୁଟିକୁ ନେଇ ବିରୋଧ

ଡାଏରୀରେ ଉଲ୍ଲେଖ ପଂକ୍ତିରେ ତ୍ରୁଟି

ଭୁବନେଶ୍ୱର: ସରକାରୀ ଡାଏରୀରେ ତ୍ରୁଟି। ‘ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ’ ପଂକ୍ତିଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ ଧର୍ମପଦ ପୁସ୍ତକର। କିନ୍ତୁ ଚଳିତ ବର୍ଷ ଛପାଯାଇଥିବା ରାଜ୍ୟ ସରକାରଙ୍କ ଡାଏରୀରେ ଏହି ପଂକ୍ତିଟି କବିବର ରାଧାନାଥ ରାୟଙ୍କର ବୋଲି ଉଲ୍ଲେଖ କରାଯାଇଛି।

ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡାଏରୀ ଖଣ୍ଡେ ପାଇବା ଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ ଥାଏ। ଏଣୁ ଏହି ଡାଏରୀକୁ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଭବନରେ ୧୫୦ ଟଙ୍କାରେ ବିକ୍ରି କରାଯାଉଛି। ହେଲେ ଏଥିରେ ତ୍ରୁଟି ଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି।

ସରକାରଙ୍କ ଏଭଳି ତ୍ରୁଟି ବିରୋଧରେ ସୂଚନା ଭବନ ଆଗରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି।

You might also like