କଟକ : ଥେରୁବାଲି ପରେ ଏବେ ଚୌଦ୍ୱାର ଇମ୍ଫା ଆଗରେ ଧାରଣା। ଚୌଦ୍ୱାରରେ ଥିବା କଳିଙ୍ଗ ପବ୍ଲିକ ସ୍କୁଲକୁ ବନ୍ଦ କରିବା ଲାଗି ଇମ୍ଫା ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛି ଟାଙ୍ଗୀ-ଚୌଦ୍ୱାର ସଚେତନ ନାଗରିକ ମଞ୍ଚ। ପ୍ରତିବାଦରେ ଆଜି ମଞ୍ଚ ପକ୍ଷରୁ ଇମ୍ଫା କାରଖାନା ଆଗରେ ଗଣଧାରଣା ଦିଆଯାଇଛି।
ମଞ୍ଚର ସଦସ୍ୟ ଅଭିଯୋଗ କରିଛନ୍ତି, ସ୍ଥାନୀୟ ଲୋକଙ୍କ ପାଇଁ ବିଜୁ ପଟ୍ଟନାୟକ କଳିଙ୍ଗ ପବ୍ଲିକ ସ୍କୁଲକୁ ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ କମ୍ପାନୀ ପରିସରରେ ଥିବା ଏହି ସ୍କୁଲର ଗୋଟିଏ ପରେ ଗୋଟିଏ କ୍ଲାସ ବନ୍ଦ ହୋଇଛି। ସେହିପରି ଏଠାରେ କମ୍ପାନୀ ପକ୍ଷରୁ ଆଉ ଏକ ସ୍କୁଲ ପ୍ରତିଷ୍ଠା କରାଯାଉଛି। ଇମ୍ଫା ପକ୍ଷରୁ ସ୍କୁଲକୁ ବନ୍ଦ କରିବା ଲାଗି ଚକ୍ରାନ୍ତ କରାଯାଉଛି ବୋଲି ଅଭିଯୋଗ କରିଛି ମଞ୍ଚ।
ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଚୌଦ୍ୱାରସ୍ଥିତ ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ। ସ୍କୁଲ ବନ୍ଦ କରିବା ଲାଗି ଇମ୍ଫା କର୍ତ୍ତୃପକ୍ଷଙ୍କ କୌଣସି ଉଦ୍ଦେଶ୍ୟ କି ଯୋଜନା ନାହିଁ। କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ନିଜର ଫାଇଦା ଲାଗି ଏହି ଧାରଣା ଦେଉଛନ୍ତି ବୋଲି ଇମ୍ଫା ଚୌଦ୍ୱାରର ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି।
Published By: Odishatv Bureau
Last updated: 09 May 2018, 12:52 PM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।