ଖରସ୍ରୋତା ନଦୀ ଭିତରେ ପଶିଲେ ଆନ୍ଦୋଳନକାରୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦାଠାରେ ଖରସ୍ରୋତା ନଦୀରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ। ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଜଳ ସତ୍ୟାଗ୍ରହ କରାଯାଇଛି। ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରିବା ଦାବିରେ ଆଜି ଶତାଧିକ ମହିଳା ଏକାଠି ହୋଇ ଖରସ୍ରୋତା ନଦୀ ଭିତରେ ପଶି ଜଳ ସତ୍ୟାଗ୍ରହ କରିଛନ୍ତି।

ପ୍ରଥମେ ଖରସ୍ରୋତା ନଦୀର ତଳ ମୁଣ୍ଡରେ ବ୍ୟାରେଜ ର୍ନିମାଣ ସହ ଆଳି ଓ ରାଜକନିକା ବ୍ଲକରେ ପାନୀୟଜଳ ପ୍ରକଳ୍ପ ର୍ନିମାଣ କରାଯାଉ, ତା ପରେ ଭଦ୍ରକ ଜିଲ୍ଲାକୁ ପାଣି ଦିଆଯିବା କଥା ଚିନ୍ତା କରାଯିବ ବୋଲି ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି।

ଖରସ୍ରୋତା ନଦୀରେ ୮୬୮କୋଟି ଟଙ୍କାର ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ କରି ଭଦ୍ରକ ଜିଲ୍ଲାକୁ ପାଣି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହେଲେ ପ୍ରକଳ୍ପ ହେବା ଦିନରୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଏହାକୁ ବିରୋଧ କରି ଆସୁଅଛି।

You might also like