କେନ୍ଦ୍ରାପଡ଼ାରେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ ପ୍ରତିବାଦରେ ରାସ୍ତାରୋକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ସ୍ଥିତ ତିନିମୁହାଣିର ଜଣେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା ପ୍ରତିବାଦରେ ରାସ୍ତାରୋକ କରାଯାଇଛି। ଉତ୍ତ୍ୟକ୍ତ ଲୋକେ ତିନିମୁହାଣି ଓ ଗୁଲନଗର ଛକରେ ଟାୟାର ଜାଳି କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି। ତିନି ମୁହାଣି ଛକରେ ଥିବା ଦୋକାନ ବଜାର ସବୁ ବନ୍ଦ ରହିଛି। ଅଭିଯୁକ୍ତଙ୍କ ଗିରଫ ଦାବିକୁ ନେଇ ଲୋକେ ଅଡ଼ି ବସିଛନ୍ତି।

ଅନ୍ୟପକ୍ଷରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ଗୋଟିଏ ପ୍ଲାଟୁନ୍‌ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

ଗତକାଲି ସଂଧ୍ୟାରେ ଯୁବ ବ୍ୟବସାୟୀ ତଥା ତିନିମୁହାଣି ବଜାର କମିଟିର ସଭାପତି ବିବେକାନନ୍ଦ ମହାରଣାଙ୍କ ଉପରେ ଗୁଳି ମାଡ଼ ହୋଇଥିଲା। ବିବେକାନନ୍ଦ ଗୁଲନଗର ଛକରୁ ତିନିମୁହାଣି ଆସୁଥିବା ବେଳେ ଦଣ୍ଡାମୁଣ୍ଡ ନିକଟରେ ବାଇକ୍‌ରେ ଚାରିଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲେ। ବିବେକାନନ୍ଦଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ବିବେକାନନ୍ଦଙ୍କ ପେଟରେ ଗୁଳି ବାଜିଛି।

ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି

You might also like