ସମୁଦ୍ର ଭିତରେ ବୋଟ୍‌ ଚାଳକଙ୍କ ମୃତ୍ୟୁ ଘଟଣା: ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ପାରାଦୀପ: ଗଭୀର ସମୁଦ୍ର ଭିତରେ ବୋଟ୍‌ ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି।  ଏହାର ପ୍ରତିବାଦ କରି ପାରାଦୀପ ଓ ବାଲେଶ୍ୱର ବୋଟ୍‌ ମାଲିକ ସଂଘ ପାରାଦୀପ ଥାନା ଓ କୋଷ୍ଟଗାର୍ଡ କାର୍ଯ୍ୟାଳୟ ଘେରାଉ କରିଥିଲେ।

ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୋଟ୍‌ ମାଲିକ ସଂଘ ଦାବି କରିଥିଲେ। ମୃତ ବୋଟ୍ ଚାଳକଙ୍କ ପୁଅଙ୍କୁ ୧୮ ବର୍ଷ ପରେ କୋଷ୍ଟଗାର୍ଡରେ ଚାକିରି ଦେବା ସହ ଅନ୍ୟାନ୍ୟ କ୍ଷତିପୂରଣ ପ୍ରତିଶ୍ରୁତି ପରେ ମତ୍ସ୍ୟଜୀବୀମାନେ ଆନ୍ଦୋଳନରୁ ଓହରିଛନ୍ତି।

ତେବେ ବୋଟ୍‌ ଚାଳକ ମାୟାଧର ମଲ୍ଲିକଙ୍କ ମୃତ୍ୟୁ କେମିତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ପାରାଦୀପର ଗଭୀର ସମୁଦ୍ରରେ କୋଷ୍ଟଗାର୍ଡ ବୋଟ୍‌ ଚାଳକ ମାୟାଧରଙ୍କ ମୃତଦେହ ଗତକାଲି ଉଦ୍ଧାର କରିଥିଲା।

କୋଷ୍ଟଗାର୍ଡଙ୍କ ଗୁଳିରେ ମାୟାଧରଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅନ୍ୟପଟେ, କେଉଁ ପରିସ୍ଥିତିରେ ବୋଟ୍‌ ଚାଳକଙ୍କ ମୃତ୍ୟୁ ହୋଇଛି କୋଷ୍ଟଗାର୍ଡ ଏହାର ତଦନ୍ତ କରୁଛି।

You might also like