ଧାରଣାରେ ବସିଥିବା ଜଣେ ANMଙ୍କ ଆତ୍ମାହୁତି ଉଦ୍ୟମ
ଭୁବନେଶ୍ୱର: ଧାରଣାରେ ବସିଥିବା ଜଣେ ANMଙ୍କ ଆତ୍ମାହୁତି ଉଦ୍ୟମ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣା ସ୍ଥଳରେ ଆତ୍ମାହୁତି ଉଦ୍ୟମ। କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ANMଙ୍କୁ ଉଦ୍ଧାର କରାଯାଇଛି। ଧାରଣା ଦେଉଥିବା ଅନ୍ୟ ସହଯୋଗୀ ସଂପୃକ୍ତ ANMଙ୍କୁ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିବା ସୂଚନା ମିଳିଛି। ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନାରାରେ କମ୍ପୁଛି ରାଜଧାନୀର ଲୋୟର ପିଏମଜି। ଆନ୍ଦୋଳନକାରୀଙ୍କ ଏକା ଯିଦ୍, ଦାବି ପୂରଣ ନହେଲେ ଧାରଣାରୁ ହଟିବୁନି। ସ୍ଥାୟୀ ନିଯୁକ୍ତି ଦାବିରେ ଆଜିକୁ ଦୀର୍ଘ ୮ ଦିନ ହେଲାଣି ଏମିତି ଅହୋରାତ୍ର ଆନ୍ଦୋଳନ କରୁଛନ୍ତି। କରୋନା ସଂକ୍ରମଣରେ ଯେତେବେଳେ ସମଗ୍ର ରାଜ୍ୟ କଲବଲ ହେଉଥିଲା, ସେହି ସମୟରେ ସରକାରଙ୍କ ଆହ୍ୱାନରେ ସେବା ପାଇଁ ଆଗେଇ ଆସିଥିଲେ।
ଏମାନେ କିଏ ବେକାରୀ ତ ଆଉ କିଏ ଚାକିରି ଛାଡ଼ି ନୂଆ ଜୀବିକା ପାଇଁ ବିଭିନ୍ନ କୋଭିଡ୍ କେୟାର ସେଣ୍ଟରରେ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ଭାବେ ନିଯୁକ୍ତି ପାଇଥିଲେ। ଦୀର୍ଘ ୬ ମାସ କାଳ ନିଜ ଜୀବନକୁ ପାଣି ଛଡ଼ାଇ ଏବଂ ପିଲା ପରିବାରଙ୍କୁ ପଛରେ ପକାଇ ରୋଗୀ ସେବାରେ ଲାଗିଥିଲେ ରାତି ଦିନ। ହେଲେ ସଂକ୍ରମଣ ଥମିବା ପରେ କୋଭିଡି କେୟାର ସେଣ୍ଟର ବନ୍ଦ ହୋଇଯିବାରୁ ଏମାନେ ଏବେ ସମ୍ପୂର୍ଣ୍ଣ ବେକାରୀ। ଆଉ ଏଭଳି ସମୟରେ ସରକାର ନିଯୁକ୍ତି ବଦଳରେ ଛଟେଇ କରିଥିବାରୁ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି ମହିଳା ସ୍ୱାସ୍ଥ୍ୟକର୍ମୀ।