ଭୁବନେଶ୍ୱର : ତୁରନ୍ତ ପାଇପ୍ ଯୋଗେ ଜଳ ଯୋଗାଣ ସାଙ୍ଗକୁ ବିଦ୍ୟୁତ୍ ସଂଯୋଗ ଦାବିରେ ରାଜଧାନୀରେ ଆନ୍ଦୋଳନ। ଚନ୍ଦ୍ରଶେଖରପୁର ସ୍ଥିତ ବିଡିଏ କଲୋନୀ ଓ ହାଉସିଂବୋର୍ଡ ଅଞ୍ଚଳର ଶତାଧିକ ବାତ୍ୟା ବିପନ୍ନ ଆଜି ରାସ୍ତାକୁ ଓହ୍ଲାଇଥିଲେ।
ଦିନ ପ୍ରାୟ ୧୧ଟା ସମୟରେ ରେଳ ସଦନ ସମ୍ମୁଖରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଉପରେ ଗଛ ପକାଇ ଅବରୋଧ କରି ରଖିଥିଲେ। ଫଳରେ ଏହି ରାସ୍ତାରେ ଘଣ୍ଟାଏରୁ ଅଧିକ ସମୟ ଧରି ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା। ସ୍ଥାନୀୟ ଜଳ ଯୋଗାଣ ଯନ୍ତ୍ରୀ ଓ ବିଦ୍ୟୁତ୍ ଯନ୍ତ୍ରୀ ବାତ୍ୟା ବିପନ୍ନଙ୍କୁ ତୁରନ୍ତ ସେବା ଯୋଗାଇବା ନାଁରେ ୩ଦିନ ହେଲା ମିଛ କଥା କହି ଭଣ୍ଡାଉଥିବା ଅଭିଯୋଗ କରିଥିଲେ ଆନ୍ଦୋଳନକାରୀ।
ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ୍ ହଟିଥିଲା।