ଶିକ୍ଷକ ଅଭାବକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

କନ୍ଧମାଳ  : ଶିକ୍ଷକ ଅଭାବକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । କନ୍ଧମାଳ ବାଲିଗୁଡ଼ା ପରମପାଙ୍ଗା ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ପ୍ରତିବାଦ କରିଛନ୍ତି ଅଭିଭାବକ ଏବଂ ସ୍ଥାନୀୟଲୋକେ । ପରମପାଙ୍ଗା ଓ ଦଡ଼କଙ୍ଗିଅା ପଞ୍ଚାୟତବାସୀ ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

ପରମପାଙ୍ଗା ସ୍କୁଲ୍‌ରେ ୩ ଶହରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ତେବେ ଏମାନଙ୍କ ପାଇଁ କେବଳ ୩ ଜଣ ଶିକ୍ଷକ ରହିଛନ୍ତି । ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବାକୁ ନେଇ ଦୀର୍ଘ ଦିନ ଧରି ଦାବି କରି ଅାସୁଥିଲେ ଅଭିଭାବକ । ତେବେ ଦାବି ପୂରଣ ନହେବା ପରେ ଅାଜି ରାସ୍ତାରୋକ କରିଛନ୍ତି ଲୋକେ। ରାସ୍ତାରେ ଟାୟାର ଜାଲି ରାସ୍ତା ଅବରୋଧ ହୋଇଛି ।

 

You might also like