ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜୋର ଧରିଛି ଅାନ୍ଦୋଳନ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜୋର ଧରିଛି ଅାନ୍ଦୋଳନ। ଅାସନ୍ତା ୨୯ ଓ ୩୦ତାରିଖରେ ମହାବନ୍ଦ ପାଇଁ ଓକିଲ ସଂଘ ପ୍ରସ୍ତୁତି ଅାରମ୍ଭ କରିଦେଇଛି। ଦାବି ପୂରଣ ନେଇ ଅାଜି ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟକୁ ବନ୍ଦ କରିଥିଲେ ଓକିଲ ସଂଘ ସଦସ୍ୟ। ଅାନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ଏଥିରେ ସାମିଲ ହୋଇଥିଲେ।

ଅାନ୍ଦୋଳନରେ ଯୋଗ ଦେଇଥିଲେ ଅାଇନ କଲେଜର ଛାତ୍ରଛାତ୍ରୀ। ସେପ୍ଟେମ୍ବର ୫ରୁ ଅାରମ୍ଭ ହୋଇଥିବା ଏହି ଅାନ୍ଦୋଳନକୁ ଅଢେଇ ମାସରୁ ଅଧିକ ସମୟ ବିତିଲାଣି। ଅାନ୍ଦୋଳନ ଜାରି ରହିଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅାନ୍ଦୋଳନ ଯୋଗୁ ପ୍ରଶାସନିକ ଏବଂ ନ୍ୟାୟିକ ବ୍ୟବସ୍ଥା ଅଚଳ ହୋଇ ପଡିଛି। ଅଫିସ ବନ୍ଦ ଯୋଗୁଁ ସାରା ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଛି।

You might also like