ସାତକୋଶିଆରେ ମହାବଳ ଛଡ଼ାଯିବା ଘଟଣା: ୨୦ଟି ପଞ୍ଚାୟତର ଲୋକଙ୍କ ଆନ୍ଦୋଳନ

ସାତକୋଶିଆ: ମହାବଳ ଛଡ଼ାଯିବା ନେଇ ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଭୟାରଣ୍ୟ ଅନ୍ତର୍ଗତ ୨୦ଟି ପଞ୍ଚାୟତର ଲୋକ ସାମିଲ ହୋଇଥିଲେ।

ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ଅଭୟାରଣ୍ୟବାସୀଙ୍କ ସୁରକ୍ଷାକୁ ଅଣଦେଖା କରି ବାଘ ବଂଶ ବିସ୍ତାର କରାଯାଉଥିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି। ତେବେ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନ ତୀବ୍ର କରିବାକୁ ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ଚେତାବନୀ ଦେଇଛି । କିଛି ଦିନ ତଳେ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଦୁଇଟି ବାଘବାଘୁଣୀ ଅଣାଯାଇ ସାତକୋଶିଆରେ ନିର୍ମିତ ସ୍ୱତନ୍ତ୍ର ଏନ୍‌କ୍ଲୋଜର୍‌ରେ ଛଡ଼ାଯାଇଥିଲା। ପରେ ଏକ ବାଘକୁ ଏନ୍‌କ୍ଲୋଜର୍‌ରୁ ଜଙ୍ଗଲ ମଧ୍ୟକୁ ଛଡ଼ାଯାଇଛି ।

You might also like