ତୀବ୍ର ହେଉଛି ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସଂଗ୍ରାମ

ଜିଲ୍ଲାପାଳଙ୍କୁ ବି ଅଫିସ ଭିତରକୁ ଛାଡ଼ିଲେନି ଓକିଲ

ବଲାଙ୍ଗିର : ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଅାନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି।  ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ଭିତରକୁ ଛାଡି ନାହାନ୍ତି ଅାନ୍ଦୋଳନକାରୀ। ଜିଲ୍ଲାପାଳଙ୍କୁ କଚେରୀ ଗେଟ୍ ନିକଟରୁ ଫେରାଇ ଦେଇଛନ୍ତି।

ଜିଲ୍ଲାପାଳଙ୍କର ଅାଜି ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ଥିବାବେଳେ ସେ ଏହି ବୈଠକରେ ଯୋଗ ଦେଇପାରିନାହାନ୍ତି। ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତ ସୋମବାର ଠାରୁ ଚାଲିଛି ଅାନ୍ଦୋଳନ। ଅାନ୍ଦୋଳନକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ, ତହସିଲ ବନ୍ଦ କରିବାକୁ ଜିଲ୍ଲା ଓକିଲ ସଂଘ ନିଷ୍ପତ୍ତି ନେଇଥିଲା।

ସୋମବାର ବଲାଙ୍ଗିର ଜିଲ୍ଲାରେ ୨୪ ଘଣ୍ଟିଅା ବନ୍ଦ ପାଳନ କରାଯାଇଥିଲା। ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିଥିଲା। ବଲାଙ୍ଗିରରେ ହିଁ ହାଇକୋର୍ଟ ବେଞ୍ଚ୍ ସ୍ଥାପନ ଦାବି କରି ଅାନ୍ଦୋଳନକାରୀ ଏହି ବନ୍ଦ ପାଳନ କରିଥିଲେ। ନେତା, ଜନତା ଓ ଶ୍ରମିକ ସଂଗଠନ ଠାରୁ ଅାରମ୍ଭ କରି ସାମାଜିକ ଅନୁଷ୍ଠାନଗୁଡିକ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଥିଲେ।

You might also like