ଓଟିଭି ପ୍ରତିନିଧିଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ପାଇଁ ବିରୋଧ ଜାରି

କଳାହାଣ୍ତି: ଓଟିଭି ପ୍ରତିନିଧିଙ୍କୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଅଶୋଭନୀୟ ଆଚରଣକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଗତକାଲି ବିଭିନ୍ନ ରାଜନୈତିକ ଦଳ, ସଙ୍ଗଠନ ଓ ବ୍ୟକ୍ତି ବିଶେଷ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଥିବା ବେଳେ ଆଜି ବି କିଛି ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି।

କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସାମ୍ବାଦିକ ସଂଘ ପକ୍ଷରୁ କ୍ରୀଡ଼ା ସଚିବଙ୍କୁ ଆଚରଣକୁ ନିନ୍ଦା କରାଯାଇଛି। ସେହିଭଳି କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ କଂଗ୍ରେସ ନେତା ଜାକବ ପ୍ରଧାନ ମଧ୍ୟ ଏ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।

You might also like