ଦଳିତ ଛାତ୍ରଙ୍କ ହତ୍ୟାକାରୀକୁ ଗିରଫ କରାନଗଲେ ୨ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭୁବନେଶ୍ୱର(ବଳରାମ ମହାନ୍ତି): ନୟାଗଡ଼ ଜିଲ୍ଲା  ମୁଥଗାଡ଼ିଆ ଗାଁର ଦଳିତ ଛାତ୍ର ସୋମନାଥ ନାୟକଙ୍କ ହତ୍ୟାକାରୀକୁ ଶୀଘ୍ର ଗିରଫ କରିବା ପାଇଁ ଦାବି ହୋଇଛି।

ଯଦି ଅଭିଯୁକ୍ତକୁ ଶୀଘ୍ର ଗିରଫ କରାନଯାଏ ତେବେ ଆସନ୍ତା ୨ ତାରିଖରେ ନୟାଗଡ଼ ଏସ୍‌ପିଙ୍କ ଅଫିସ୍‌ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ରାଷ୍ଟ୍ରୀୟ ଦଳିତ ମହାସଭାର ଓଡ଼ିଶା ଶାଖା ଚେତାବନୀ ଦେଇଛି। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି।

ଜାନୁଆରୀ ୧୨ ତାରିଖରେ ସୋମନାଥଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଜାନୁଆରୀ ୨୦ ତାରିଖରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଏକ ଗଛରୁ ମିଳିଥିଲା।

ମୃତ ଦେହରେ ଅନେକ କ୍ଷତ ଚିହ୍ନ ମଧ୍ୟ ଥିଲା। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍‌ ଏଯାଏ ଏହି ମାମଲାରେ ହତ୍ୟାକାରୀଙ୍କୁ ଧରିବାରେ ସଫଳ ହୋଇପାରିନାହିଁ।

You might also like