• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କନ୍ଧମାଳ (ତ୍ରୀନାଥ ସାହୁ): କନ୍ଧମାଳ ଲୋକସଭା ଆସନରେ ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥିତ୍ୱକୁ ନେଇ ସ୍ଥାନୀୟ ବିଜେଡିର ତୀବ୍ର ବିରୋଧ ଦେଖିବାକୁ ମିଳିଛି। ଫୁଲବାଣୀସ୍ଥିତ ବିଜୁ ପଟ୍ଟନାୟକ ଛକରେ ଦଳର ଅନେକ ନେତା ଓ କର୍ମୀ ଟାୟାର ଜାଳି ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ବାହାରୁ ନୁହେଁ କନ୍ଧମାଳ ଜିଲ୍ଲାରୁ ହିଁ କୌଣସି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବାକୁ ସେମାନେ ବିଜେଡି ସଭାପତିଙ୍କୁ ଦାବି କରିଛନ୍ତି।

ଗତଥର ଜିଲ୍ଲା ବାହାରୁ ଏଠାରୁ ଜଣଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଏଥର ବି ଏହାର ପୁନରାବୃତ୍ତି କରାଯାଇଥିବାରୁ ସ୍ଥାନୀୟ ବିଜେଡି ନେତୃବୃନ୍ଦ ଦୃଢ଼ ବିରୋଧ କରିଛନ୍ତି। ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରାଯାଉ ନଥିବାରୁ ଜିଲ୍ଲାର ନେତା, କର୍ମୀ ଓ ସମର୍ଥକ ସାଂସଦଙ୍କ ସହ ଯୋଗାଯୋଗ ଓ ସୁବିଧା ଅସୁବିଧା ଜଣାଇବାରେ ପୁଣି ଅସୁବିଧା ଭୋଗିବେ ବୋଲି ପ୍ରତିବାଦକାରୀ କହିଛନ୍ତି। ତେଣୁ ଦଳ ସଭାପତି ନିଷ୍ପତ୍ତି ପରିବର୍ତ୍ତନ ନକଲେ ଅଚ୍ୟୁତଙ୍କ ପ୍ରାର୍ଥିତ୍ୱ ବିରୋଧରେ ଆଗକୁ ଜିଲ୍ଲା ବ୍ୟାପୀ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦିଆଯାଇଛି।

ଆଜିର ଏହି ଆନ୍ଦୋଳନରେ କନ୍ଧମାଳ ବିଜେଡି ନଗର ସଭାପତି ସୁଧୀର କହଁର, ଉପସଭାପତି ମିଲନ କହଁର, ମହିଳା ବିଜେଡି ଉପସଭାନେତ୍ରୀ ନମିତା ବେହେରା, ପୁନମ କହଁର ଏବଂ ନଗର ବିଜେଡ଼ି କୋଷାଧ୍ୟକ୍ଷ ପ୍ରଣବ ନାୟକଙ୍କ ସମେତ ଶତାଧିକ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ।

Protest-against-achyuta-samat-at-kandhamal
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories