କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀର ୧୭୧ ନମ୍ବର ବୁଥ୍ର ଦୁଇ ଜଣ ପୋଲିଂ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ସେମାନେ ହେଲେ ପ୍ରିଜାଇଡିଂ ଅଧିକାରୀ ସୁରେଶ ଚନ୍ଦ୍ର ନାଏକ ଓ ପଞ୍ଚମ ପୋଲିଂ ଅଧିକାରୀ ଯୁଧିଷ୍ଠିର ପଣ୍ଡା।
ଗତ ୨୩ ତାରିଖରେ ଏଠାରେ ହୋଇଥିବା ନିର୍ବାଚନ ବେଳେ ଭୋଳ ନୂଆଁ ଗାଁର ୟୁଜିଏମ୍ଇ ସ୍କୁଲରେ ହୋଇଥିବା ୧୭୧ ନମ୍ବର ବୁଥ୍ରେ ଉଭୟ ଅଧିକାରୀଙ୍କ ଡ୍ୟୁଟି ପଡ଼ିଥିଲା। ହେଲେ ଜଣେ ଭୋଟରଙ୍କୁ ଦୁଇ ଅଧିକାରୀ ପ୍ରଭାବିତ କରିଥିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲା।
ଏହାପରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ଉଭୟଙ୍କୁ ନିଲମ୍ବନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ସୁପାରିସ କରିଛନ୍ତି। ଏହା ସହିତ ସେକ୍ଟର ଅଫିସର ଆରତୀ ସିଂହଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
https://youtu.be/pBlMjIQukNU