ଜଳିଗଲା ୩ ଲକ୍ଷ ଟଙ୍କାର ଜୋତା

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଅନ୍ତର୍ଗତ ଖନ୍ତାପଡ଼ାରେ ଗତକାଲି ରାତିରେ ଏକ ଜୋତା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜୋତା ଦୋକାନଟି ଜଳି ପାଉଁଶ ହୋଇଯାଇଛି।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ସଟ୍ ସର୍କିଟ୍ ଯୋଗୁ ଦୋକାନ ଘରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି।

ନିଆଁରେ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜୋତା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।

You might also like