ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୨୧ ବଖରା ଘର

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ। ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍‌ର ଚିନ୍ତାଲଗୁଡ଼ା ଗାଁରେ ନିଆଁ ଲାଗି ୨୧ ବଖରା ଘର ଜଳି ଯାଇଛି। ଫଳରେ ସାତୋଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଚିନ୍ତାଲଗୁଡ଼ା ଗାଁରେ ହଠାତ୍ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ କେଉଁ କାରଣରୁ ନିଆଁ ଲାଗିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

You might also like