ସରକାରୀ ବଡ଼ବାବୁମାନଙ୍କ ପାଇଁ ବସିବ ପ୍ରମୋସନ ଅଦାଲତ

ଭୁବନେଶ୍ୱର: ଚଳିତ ମାସର ୨୮, ୨୯, ୩୧ରେ ବସିବ ପଦୋନ୍ନତି ବା ପ୍ରମୋସନ ଅଦାଲତ। ମୁଖ୍ୟ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନରଙ୍କ ଅଦାଲତରେ ପଦନ୍ନୋତି ମାମଲାର ଶୁଣାଣି ହେବ। ତେବେ କେଉଁ ଦିନ କାହାର ଅଦାଲତ ବସିବ ସେନେଇ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିବେ।

ଉନ୍ନୟନ କମିଶନର ସୁରେଶ ମହାପାତ୍ର ଗୋପବନ୍ଧୁ ଏକାଡେମୀରେ, ପ୍ରଦୀପ୍ତ କୁମାର ମହାପାତ୍ର କୃଷି ଭବନ ଅଡିଟୋରିୟମରେ, ଆର.କେ ଶର୍ମା କଳିଙ୍ଗଷ୍ଟାଡିୟମ କନଫରେନ୍ସ ହଲରେ ଶୁଣାଣି କରିବେ।  ସେହିଭଳି ପ୍ରଦୀପ କୁମାର ଜେନା SIRD କନଫରେନ୍ସ ହଲରେ, ମୋନା ଶର୍ମା ଇଡକୋ କନଫରେନ୍ସ ହଲରେ ଶୁଣାଣି କରିବେ।

ଗତ ଡିସେମ୍ବର ୩୧ ତାରିଖ ସୁଦ୍ଧା ଯେଉଁ ସରକାରୀ କର୍ମଚାରୀମାନେ ପଦୋନ୍ନତି ପାଇବାକୁ ଯୋଗ୍ୟ ସେମାନେ ଜାନୁଆରୀ ୨୩ ତାରିଖ ସୁଦ୍ଧା ଆବେଦନ କରିପାରିବେ।  ଯଦି ଜଣେ କର୍ମଚାରୀ ପଦୋନ୍ନତି ପାଇବାକୁ ଯୋଗ୍ୟ ଓ ପାଇନାହାନ୍ତି। ତେବେ ଏଥିପାଇଁ ଉଚ୍ଚ ଅଧିକାରୀଙ୍କୁ ଦାୟୀ କରାଯିବ।

You might also like