ଆଜି ବସିବ ପଦୋନ୍ନତି ଅଦାଲତ

ଭୁବନେଶ୍ୱର: ଆଜି ବସିବ ପଦୋନ୍ନତି ଅଦାଲତର ପ୍ରଥମ ରାଉଣ୍ଡ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସକାଳ ୧୦ଟାରେ ବସିବାକୁ ଥିବା ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ଏବଂ ଯୋଜନା ବିଭାଗ ପଦନ୍ନୋତି ମାମଲାର ଶୁଣାଣି ହେବ।

ସେହିଭଳି ଉନ୍ନୟନ କମିଶନର ସୁରେଶ ମହାପାତ୍ର ଗୋପବନ୍ଧୁ ଏକାଡେମୀରେ, ପ୍ରଦୀପ୍ତ କୁମାର ମହାପାତ୍ର କୃଷି ଭବନ ଅଡିଟୋରିୟମରେ, ଆର.କେ ଶର୍ମା କଳିଙ୍ଗ ଷ୍ଟାଡିୟମ କନଫରେନ୍ସ ହଲରେ ଶୁଣାଣି କରିବେ। ପ୍ରଦୀପ କୁମାର ଜେନା SIRD କନଫରେନ୍ସ ହଲରେ, ମୋନା ଶର୍ମା ଇଡକୋ କନଫରେନ୍ସ ହଲରେ ଶୁଣାଣି କରିବେ।

ଗତ ଡିସେମ୍ବର ୩୧ ତାରିଖ ସୁଦ୍ଧା ଯେଉଁ ସରକାରୀ କର୍ମଚାରୀମାନେ ପଦନ୍ନୋତି ପାଇବାକୁ ଯୋଗ୍ୟ ସେମାନେ ଜାନୁଆରୀ ୨୩ ତାରିଖ ସୁଦ୍ଧା ଆବେଦନ କରିଥିଲେ। ଏହି ଆବେଦନକୁ ଆଧାର କରି ଏହି ଶୁଣାଣି ହେଉଛି। ଯାହା ଆସନ୍ତାକାଲି ଏବଂ ୩୧ ତାରିଖରେ ବି ହେବ। ଯୋଗ୍ୟ କର୍ମଚାରୀ ପଦୋନ୍ନତି ନପାଇଲେ ଏଥିପାଇଁ ଉଚ୍ଚ ଅଧିକାରୀଙ୍କୁ ଦାୟୀ କରାଯିବ।

ସରକାରୀ ବଡ଼ବାବୁମାନଙ୍କ ପାଇଁ ବସିବ ପ୍ରମୋସନ ଅଦାଲତ

You might also like