ରାତିରେ ଶୋଇଥିବା ବେଳେ ହଠାତ୍ ପଶି ଅାସିଲା ପାଣି

ପାଣି ଘେରରେ ଜୀବନ କାଟୁଛନ୍ତି ଲୋକେ

ନୂଅାପଡ଼ା  : ରାତିରେ ଶୋଇଥିବା ବେଳେ ହଠାତ୍ ପଶି ଅାସିଲା ପାଣି। ଚାହୁଁ ଚାହୁଁ ପାଣି ଘେରରେ ପୁରା ଗାଁ । ଏପରି କିଛି ଘଟଣା ଘଟିଛି ନୂଅାପଡ଼ା ଜିଲ୍ଲାରେ । ନୂଅାପଡ଼ା ଜିଲ୍ଲାର ଝାଲକୁସୁମ ଗାଁରେ ଲୋୟର ଇନ୍ଦ୍ର ପ୍ରକଳ୍ପର ପାଣି ପସି ଅାସିଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।

ଚାଷ ଜମି, ଗାଁ ଭିତରେ ଜମା ହୋଇଛି ଅାଣ୍ଠୁଏ ପାଣି । ଯାହାଦ୍ୱାରା ବ୍ୟାପକ ପରମାଣର ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ କ୍ଷତିପୂରଣ ଦାବି କରିଛନ୍ତି ଗାମବାସୀ । ଅନ୍ୟପଟେ କ୍ଷତିପୂରଣ ମିଳିଥିବା ନେଇ କହିଛନ୍ତି ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଲୋୟାର ଇନ୍ଦ୍ର ପ୍ରକଳ୍ପରେ ପାଣିର ପରିମାଣ ବଢ଼ିଥିବା କୁହାଯାଉଛି।

 

You might also like