ଲକ୍‌ଡାଉନ୍‌ ଇଫେକ୍ଟ: ଧନୀ ହୋଇଗଲେ ମାଲାମାଲ୍, ଗରିବ ତଳିତଳାନ୍ତ

ଭୁବନେଶ୍ୱର: ଅକ୍ସଫାମ୍‌ର ଦି ଇନ୍ଇକ୍ୱାଲିଟି ଭାଇରସ୍ ରିପୋର୍ଟ କହୁଛି, କରୋନା କାଳରେ ଭାରତର ଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନି ପ୍ରତି ସେକେଣ୍ଡରେ ଯେତିକି ରୋଜଗାର କରୁଥିଲେ, ସେତିକି ଅର୍ଥ ରୋଜଗାର କରିବାକୁ ଜଣେ ଶ୍ରମିକଙ୍କୁ ପ୍ରାୟ ୩ ବର୍ଷ ଲାଗିବ। କେବଳ ସେତିକି ନୁହେଁ ରିପୋର୍ଟ କହୁଛି, ଲକଡାଉନ୍‌ରେ ଭାରତୀୟ ଅରବପତିଙ୍କ ସମ୍ପତ୍ତି ୩୫% ବଢ଼ିଯାଇଛି। ମାର୍ଚ୍ଚ ପରଠାରୁ ଦେଶର ୧୦୦ ଅରବପତିଙ୍କ ସମ୍ପତ୍ତି ମୂଲ୍ୟରେ ୧୨ ଲକ୍ଷ ୯୭ ହଜାର ୮୨୨ କୋଟି ବୃଦ୍ଧି ଘଟିଛି। ଏହି ଅର୍ଥରେ ମୁଣ୍ଡପିଛା ୯୪ ହଜାର ୪୫ ଟଙ୍କା ପାଇପାରିବେ ଦେଶର ୧୩ କୋଟି ୮୦ଲକ୍ଷ ଅତି ଗରିବ।

କରୋନା ମହାମାରୀ ବେଳେ ମୁକେଶ ଅମ୍ବାନୀ ପ୍ରତି ଘଣ୍ଟାରେ ରୋଜଗାର କରୁଥିଲେ ୯୦ କୋଟି ଟଙ୍କା କିନ୍ତୁ ପରିତାପର ବିଷୟ ଲକ୍‌ଡାଉନ୍‌ ଦେଶର ୨୪ ଭାଗ ଲୋକଙ୍କ ରୋଜଗାର ଥିଲା ମାସିକ ୩ ହଜାର ଟଙ୍କାରୁ କମ୍। ଅକ୍ସଫାମ୍ ରିପୋର୍ଟ ଦର୍ଶାଇଛି, ୨୦୨୦ ଏପ୍ରିଲରେ ପ୍ରତି ଘଣ୍ଟାରେ ନିଯୁକ୍ତି ହରାଇଛନ୍ତି ୧ ଲକ୍ଷ ୭୦ ହଜାର ଲୋକ। କୋଭିଡ୍ ସମୟରେ ଭାରତର ଧନୀମାନଙ୍କର ବଢ଼ିଥିବା ସମ୍ପତ୍ତିରେ ଦେଶର ୪୦ କୋଟି ଅସଂଗଠିତ ଶ୍ରମିକଙ୍କୁ ଅତିକମ୍‌ରେ ୫ ମାସ ପାଇଁ ଗରିବୀରୁ ମୁକ୍ତି ମିଳିପାରିବ  ଅକ୍ସଫାମ୍ କହିଛି। ଯଦି ଦେଶର ୯୫୪ ଅତିଧନୀଙ୍କ ଉପରେ ୪% ସମ୍ପତ୍ତି କର ଲାଗୁ କରାଯିବ, ଭାରତର ଜିଡିପି ୧% ବଢ଼ିଯିବ।

ରିପୋର୍ଟ ଅନୁସାରେ, କରୋନା କେବଳ ଭୂତାଣୁ ନୁହେଁ ବରଂ ଦେଶରେ ଇନ୍‌ଇକ୍ୱାଲିଟି ଭାଇରସ୍ ସବୁଠୁ ଅଧିକ ମାରାତ୍ମକ। ଦିନକୁ ଦିନ ଅସମାନତା ବଢି ବଢି ଚାଲିଛି। ଏଥିଲାଗି କୌଣସି ପଦକ୍ଷେପ ନନେଲେ ଦିନ ଆସିବ, କିଛି ଧନୀ ଲୋକଙ୍କ ପାଖରେ ଦେଶର ସମ୍ପୂର୍ଣ୍ଣ ସମ୍ପତ୍ତି ଥିବ। ଅନ୍ୟମାନଙ୍କ ପାଖରେ ବହୁତ କମ୍ ଥିବ।
-ଅକ୍ଷୟ ବିଶ୍ୱାଳ, ଅକ୍ସଫାମ୍ ଇଣ୍ଡିଆ ରିଜିଓନାଲ ମ୍ୟାନେଜର, ଓଡ଼ିଶା

କରୋନା କାଳରେ ଧନୀଙ୍କ ସମ୍ପତ୍ତି ଉପରମୁହାଁ ହୋଇଥିଲା ବେଳେ ଗରିବ କିନ୍ତୁ ହୋଇଛି ଆହୁରି ଗରିବ ଲକଡାଉନ୍ ଛଡ଼ାଇ ନେଇଥିଲା। ସେମାନଙ୍କ ଜୀବିକା ଲକଡାଉନ୍‌ ସରିବା ପରେ ବି ସରିନି ସେମାନଙ୍କ ଦୁଃଖ। ଏବେ ବି ଜିଇଁବା ପାଇଁ କରୁଛନ୍ତି ସଂଘର୍ଷ। ଅର୍ଥ ବିଶାରଦ ବି ଏନେଇ ଚିନ୍ତା ପ୍ରକଟ କରିଛନ୍ତି।

କରୋନା ପୂରା ଅର୍ଥନୀତିକୁ ଦୋହଲାଇଥିବା ବେଳେ ଧନିକ ଶ୍ରେଣୀ ପାଇଁ କିନ୍ତୁ ଉପୁଜୁନି ବିଶେଷ ସମସ୍ୟା। ହେଲେ ଗରିବଙ୍କ ପାଇଁ ସମସ୍ୟା ହିଁ ସମସ୍ୟା କରୋନା ଦେଖାଇ ଦେଇଛି। ସମାଜରେ କେଉଁଠି ଅଛି ତ୍ରୁଟି ହେଲେ ସଙ୍କଟ ସବୁବେଳେ ଏକ ସୁଯୋଗ ସୃଷ୍ଟିକରେ। ଆଉ ସେ ସୁଯୋଗ କେବଳ ସରକାର ନୁହେଁ, ଆମ ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।

ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀଙ୍କ ସହ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ

 

You might also like